‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’

‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’

‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କ କର୍ମଚାରୀମାନେ ହତ୍ୟା କରିଛନ୍ତି ବୋଲି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଅଙ୍କିତ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସୁଶାନ୍ତ କୌଣସି ପରିସ୍ଥିତିରେ ଆତ୍ମହତ୍ୟା କରିନ ପାରନ୍ତି ବୋଲି ଅଙ୍କିତ କହିଛନ୍ତି । ସେଭଳି ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ରିତେଶ ଶାହଙ୍କୁ ସମନ ଜାରି କରିଛି । ସୂଚନା ଯୋଗ୍ୟ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସ ଫର ହୋଇଥିବା ଘଟଣାକୁ ସିଏ ରିତେଶ ଶାହ ଅସ୍ୱୀକାର କରିଥିଲେ । ସୁଶାନ୍ତଙ୍କ ବାପା କେକେ ସିଂହ ରିୟାଙ୍କ ବିରୋଧରେ ମନି ଲଣ୍ଡରିଂ ନେଇ ଏଫଆଇଆର ଦେବା ପରେ ଇଡି ଏହି ମାମଲାର ତଦନ୍ତ କରୁଛି । ଏହା ପୂର୍ବରୁ ଇଡି ରିୟା ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ମାରାଥନ ଜେରା କରି ସାରିଛି । ଅପରପକ୍ଷେ ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟ ମାମଲା ଏବେ ବଲିଉଡ, ମୁମ୍ବାଇ ପୁଲିସ ଏବଂ ମହାରାଷ୍ଟ୍ର ସରକାରଙ୍କ ପାଇଁ ‘ୱାଟର ଲୁ’ ଏବଂ ‘ୱାଟର ଗେଟ’ ପାଲଟିଛି ବୋଲି ବରିଷ୍ଠ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ମୁମ୍ବାଇ ପୁଲିସର କାର୍ଯ୍ୟଧାରା ଉପରେ ସ୍ୱାମୀ ସନେ୍ଦହ ପ୍ରକାଶ କରିବା ସହ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ।