ମାତା ବୈଷ୍ଣୋ ଦେବୀ ମନ୍ଦିରରେ କରୋନା : ତିନି ପୂଜାରୀଙ୍କ ସମେତ ୨୨ଜଣ ସଂକ୍ରମିତ
ମାତା ବୈଷ୍ଣୋ ଦେବୀ ମନ୍ଦିରରେ କରୋନା : ତିନି ପୂଜାରୀଙ୍କ ସମେତ ୨୨ଜଣ ସଂକ୍ରମିତ
admin
Aug 18, 2020 - 08:35
Updated: Aug 18, 2020 - 08:35
ଜମ୍ମୁକାଶ୍ମୀର : ପ୍ରାୟ ପାଞ୍ଚ ମାସ ପରେ ରବିବାର ଦିନ ମାତା ବୈଷ୍ଣୋଦେବୀଙ୍କର ଯାତ୍ରା ଆରମ୍ଭ ହୋଇଛି । କିନ୍ତୁ ଏହି ଯାତ୍ରା ଆରମ୍ଭ ରୁ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ବୈଷ୍ଣୋ ଦେବୀ ମନ୍ଦିର ପରିସରରେ କରୋନା ବ୍ୟାପିବାରେ ଲାଗିଛି । ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାରେ ସୋମବାର ସନ୍ଧ୍ୟାରେ ମାତା ବୈଷ୍ଣୋଦେବୀ ମନ୍ଦିର ପରିସରରେ ୨୨ଟି ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ରବିବାର ଦିନ ପ୍ରାୟ ୨୦ଟି ସଂକ୍ରମଣ ମାମଲା ସାମ୍ନକୁ ଆସିଥିଲା ।
ମିଳିଥିବା ସୂଚନା ଅନୁସାରେ ମନ୍ଦିର ପରିସରର ତିନି ପୂଜାରୀ, ଚାରି ପୋଲିସ୍ କର୍ମୀ, ମାତା ବୈଷ୍ଣୋଦେବୀ ସ୍ରାଇନ୍ ବୋର୍ଡର ଆଟେଣ୍ଡାଣ୍ଟ ଓ ସୁରକ୍ଷା କର୍ମୀ ସାମିଲ୍ ରହିଛନ୍ତି । ମନ୍ଦିର ପରିସରରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ସ୍ରାଇନ୍ ବୋର୍ଡ ଭବନରେ ହିଁ କୋଭିଡ୍ କେୟାରର ବ୍ୟବସ୍ଥା ଆରମ୍ଭକରିବା ସହିତ ସମସ୍ତ ସଂକ୍ରମିତଙ୍କୁ ଏକ ଭବନରେ ରଖାଯାଇଛି । ସୋମବାର ଦିନ ପ୍ରାୟ ୨୦୦ ଜଣ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ ।