ଅମିତାଭ ସର୍ବାଧିକ ଲୋକପ୍ରିୟ ଭାରତୀୟ ଅଭିନେତା : ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ଆଗରେ

ଅମିତାଭ ସର୍ବାଧିକ ଲୋକପ୍ରିୟ ଭାରତୀୟ ଅଭିନେତା : ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ଆଗରେ

ଅମିତାଭ ସର୍ବାଧିକ ଲୋକପ୍ରିୟ ଭାରତୀୟ ଅଭିନେତା : ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ଆଗରେ
ନୂଆଦିଲ୍ଲୀ: ଯୁଗଭ ଦ୍ୱାରା ହୋଇଥିବା ବାର୍ଷିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ହେଉଛନ୍ତି ସାରା ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ଭାରତୀୟ ଅଭିନେତା । ଯୁଗଭର ସର୍ବାଧିକ ଲୋକପ୍ରିୟ ବ୍ୟକ୍ତି ତାଲିକାରେ ବିଗ୍ ବି ଦ୍ୱାଦଶ ସ୍ଥାନରେ ରହିଥିବା ବେଳେ ଶାହାରୁଖ, ସଲମମ ଯଥାକ୍ରମେ ୧୬ତମ ଏବଂ ୧୮ତମ ସ୍ଥାନରେ ରହିଛନ୍ତି । ତେବେ ଗତ ବର୍ଷ ତୁଳନାରେ ବିଗ୍ ବିଙ୍କ ସ୍ଥାନ ପଛରେ ରହିଛି । ଅନ୍ୟପକ୍ଷେ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ତାଲିକାରେ ୧୩ତମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ସ୍ଥାନ ପାଇଛନ୍ତି ।