୨୪ ରେ ଶପଥ ନେବେ ବିଶ୍ୱଭୂଷଣ

୨୪ ରେ ଶପଥ ନେବେ ବିଶ୍ୱଭୂଷଣ

୨୪ ରେ ଶପଥ ନେବେ ବିଶ୍ୱଭୂଷଣ
ବିଜୟୱାଡ଼ା :ଆନ୍ଧ୍ରପ୍ରଦେଶର ନବ ନିଯୁକ୍ତ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୨୪ରେ ଦାୟିତ୍ୱ ଗ୍ରହଣ କରିବେ । ସେଦିନ ପୂର୍ବାହ୍ନ ସାଢ଼େ ୧୧ଟାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଚାଗରାଇ ପ୍ରବୀଣ କୁମାର ଏକ ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱଭୂଷଣଙ୍କୁ ଶପଥ ପାଠ କରାଇବେ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ବିଶ୍ୱଭୂଷଣ ୨୩ରେ ଭୁବନେଶ୍ୱରରୁ ସିଧା ତିରୁମାଲଯାଇ ଭଗବାନ ଭେଙ୍କେଟେଣ୍ୱରଙ୍କୁ ଦର୍ଶନ କରିବେ । ସେଠାରୁ ସେ ବିଜୟୱାଡା ଯାଇ ପରଦିନ ଶପଥ ଗ୍ରହଣ କରିବେ । ଇତି ଅବସରରେ ରାଜ୍ୟ ସରକାର ସୂର୍ଯ୍ୟରାଓପେଟାସ୍ଥିତ ପୁରାତନ ଜଳସମ୍ପଦ ବିଭାଗ କାର୍ଯ୍ୟରେ ପୁନର୍ନିମାଣ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସ ଭାବେ କିଛି ଦିନ ବ୍ୟବହୃତ ହୋଇଥିବା ଏହି କୋଠାକୁ ଏବେ ରାଜଭବନ ଭାବେ ବ୍ୟବହାର କରାଯିବ । ସେଠାରେ ନୂଆ ରାଜ୍ୟପାଳଙ୍କ ଅବସ୍ଥାନ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏହି କୋଠାର ତଳ ମହଲା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ଉପର ମହଲାରେ ସେ ଅବସ୍ଥାନ କରିବେ । ରାଜ୍ୟପାଳଙ୍କ ସଚିବ ଭାବେ ଆଦିବାସୀ କଲ୍ୟାଣ ବିଭାଗ ସଚିବ ମୁକେଶ କୁମାର ମୀନାଙ୍କୁ ରାଜ୍ୟ ସରକାର ନିଯୁକ୍ତି କରିଛନ୍ତି । ଆନ୍ଧପ୍ରଦେଶ ବିଭାଜନ ପରେ ହାଇଦରାବାଦ ସ୍ଥିତ ଏହାର ରାଜଭବନ ତେଲେଙ୍ଗାନା ଭାଗରେ ପଡ଼ିଥିଲା । ଉଭୟ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିବା ଇଏସଏଲ ନରସିଂହା ସେଠାରେ ଅବସ୍ଥାନ କରୁଛନ୍ତି । ବିଭାଜିତ ଆନ୍ଧ୍ରପ୍ରଦେଶର ନୂଆ ରାଜଭବନ ନିର୍ମାଣ ହୋଇନାହିଁ ।