ଅଯୋଧ୍ୟା ରାମ ଜନ୍ମଭୂମି ପାଇଁ ହେବ ମଧ୍ୟସ୍ଥତା

ଅଯୋଧ୍ୟା ରାମ ଜନ୍ମଭୂମି ପାଇଁ ହେବ ମଧ୍ୟସ୍ଥତା

ଅଯୋଧ୍ୟା ରାମ ଜନ୍ମଭୂମି ପାଇଁ ହେବ ମଧ୍ୟସ୍ଥତା
ନୂଆଦିଲ୍ଲୀ : ଅଯୋଧ୍ୟା ରାମ ଜନ୍ମଭୂମି ବିବାଦର ସମାଧାନ ପାଇଁ ହେବ ମଧ୍ୟସ୍ଥତା । ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରି ମଧ୍ୟସ୍ଥତା ପାଇଁ ନିର୍ଦେଶ ଦେଇଛନ୍ତି । 8 ସପ୍ତାହ ମଧ୍ୟରେ ମଧ୍ୟସ୍ଥିମାନେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ । ସୁପ୍ରିମକୋର୍ଟ ୩ ଜଣିଆ ମଧ୍ୟସ୍ଥି ମଣ୍ଡଳୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଜଷ୍ଟିସ ଇବ୍ରାହିମ ଖଲିଫଉଲ୍ଲା, ଶ୍ରୀଶ୍ରୀ ରବିଶଙ୍କର, ଶ୍ରୀରାମ ପଂଚୁଙ୍କୁ ମଧ୍ୟସ୍ଥି ଭାବେ ଦାୟିତ୍ୱ ଦିଆଯାଇଛି । ସପ୍ତାହେ ମଧ୍ୟରେ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।