ଆଉ ନାହାନ୍ତି ମୋଦିଙ୍କ ମା’ ହୀରା ବେନ୍
ଆଉ ନାହାନ୍ତି ମୋଦିଙ୍କ ମା’ ହୀରା ବେନ୍
ଅହମଦାବାଦ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍ ଆଉ ନାହନ୍ତି । ରାତି ପ୍ରାୟ ୩.୩୦ରେ ମୋଦିଙ୍କ ମା’ ହୀରା ବେନ୍ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ଗତ ଜୁଲାଇ ମାସରେ ହିଁ ସେ ନିଜର ୧୦୦ ତମ ଜନ୍ମ ଦିନ ପାଳନ କରିଥିଲେ ।
ବୁଧବାର ହୀରା ବେନ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଦିନ ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସେ ।
ଏବାବଦରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିସୂଚନା ଦେଇଛନ୍ତି । ସେ ଟିବିଟ କରି କହିଛନ୍ତି ସେହିପରି ମା’ଙ୍କୁ ହରାଇ ସେ ଭାଙ୍ଗି ପଡିଛନ୍ତି । ମୋଦି କହିଛନ୍ତି, “ଈଶ୍ୱରଙ୍କ ଚରଣରେ ସୁନ୍ଦର ଶତାବ୍ଦୀର ବିରାମ । ମା’ ଭିତରେ ମୁଁ ସବୁବେଳେ ତ୍ରିମୂର୍ତ୍ତିର ଅନୁଭବ କରିଛି, ଯାହା ଭିତରେ ଗୋଟିଏ ତପସ୍ୱୀର ଯାତ୍ରା, ସ୍ୱାର୍ଥହୀନ କର୍ମଯୋଗୀର ପ୍ରତୀକ ଓ ମୂଲ୍ୟ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ରହିଛି ।” ଆଉ ଏକ ଟ୍ୱିଟରେ ମୋଦି କହିଛନ୍ତି, “ମୁଁ ଯେତେବେଳେ ତାଙ୍କୁ ୧୦୦ତମ ଜନ୍ମଦିନରେ ଭେଟିଥିଲି ସେତେବେଳେ ସେ ଗୋଟିଏ କଥା କହିଥିଲେ, ସେହି କଥା ମୋର ସବୁବେଳେ ମନେ ରହିବ । ସେ କହିଥିଲେ ଯେ ବୁଦ୍ଧିମତାର ହୋଇ କାମ କର ଓ ପବିତ୍ର ଜୀବନ ସହ ବଂଚି ରୁହ ।”
ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟର ଖେଳିଯାଇଛି ।




admin 