ଆଜିଠାରୁ ରାଜ୍ୟରେ ତିନିଦିନ ବର୍ଷା ସମ୍ଭାବନା ।

ଆଜିଠାରୁ ରାଜ୍ୟରେ ତିନିଦିନ ବର୍ଷା ସମ୍ଭାବନା ।

ଆଜିଠାରୁ ରାଜ୍ୟରେ ତିନିଦିନ ବର୍ଷା ସମ୍ଭାବନା ।
ଆଜିଠାରୁ ତିନିଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆଜିଠାରୁ ତିନି ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଉତର ଓ ଦକ୍ଷିଣ ଓଡିଶାର ୫ଟି ଜିଲ୍ଳାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଗଜପତି, ରାୟଗଡା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା,ଜଗତସିଂହପୁରରେ ବର୍ଷା ବା ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ତାପମାତ୍ରାରେ ବିଶେଷ ପରିବର୍ତନ ହେବ ନାହିଁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଫିସର ଚରଣ ବେହେରା। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ସପ୍ତାହକ ପର‌୍ୟ୍ୟନ୍ତ ରାଜ୍ୟରେ ଗରମ ଅନୁଭୂତ ହେବନି। ବର୍ତ୍ତମାନ ରାଜ୍ୟକୁ ଉତ୍ତରା-ପଶ୍ଚିମା ପବନ ବହୁଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୪ରୁ ପବନର ଦିଗ ବଦଳିବ। ସେହିପରି ଉପକୂଳବର୍ତ୍ତୀ ସଂଲଗ୍ନ ଅଞ୍ଚଳରେ ୩ତାରିଖରୁ ପାଗ ଆଂଶିକ ମେଘୁଆ ରହିବ। ୫ରୁ ୭ ପର‌୍ୟ୍ୟନ୍ତ ପାଗ ସଂପୂର୍ଣ୍ଣ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ହେଲେ ପଶ୍ଚିମ ଓଡ଼ିଶାରେ ୪ରୁ ୬ ପର‌୍ୟ୍ୟନ୍ତ ପାଗ ମେଘୁଆ ରହିବା ସହ ୫ ଓ ୬ରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୫ରୁ ୮ ପର‌୍ୟ୍ୟନ୍ତ ହାଲୁକା ବର୍ଷା ହୋଇପାରେ।