ଆଜି ନୂଆଖାଇ

ଆଜି ନୂଆଖାଇ

ଆଜି ନୂଆଖାଇ
ଭୁବନେଶ୍ବର : ଆଜି ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ଦୂରଦୂରାନ୍ତ ରହୁଥିବା ପରିବାର ଲୋକ ଗାଁକୁ ଫେରିଛନ୍ତି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯିବ। ସକାଳ ୧୦ଟା ୫ ମିନିଟରୁ ୧୦ଟା ୨୦ ମିନିଟ୍ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ। ନୂଆଖାଇ ପାଇଁ ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ନୂଆ ପୋଷାକ ପିନ୍ଧି ନବାନ୍ନ ଗ୍ରହଣ ସହ ବନ୍ଧୁ ପରିଜନଙ୍କୁ ଶୁଭ ମନାସିବେ ଶ୍ରଦ୍ଧାଳୁ। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ନୂଆଖାଇ ଭେଟଘାଟ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।