ଆଣ୍ଟିଜେନ୍‌ କିଟ୍‌ ଖରାପ ଥିବାରୁ ରିପୋର୍ଟ ପଜିଟିଭ ଆସିଥିଲା

ଆଣ୍ଟିଜେନ୍‌ କିଟ୍‌ ଖରାପ ଥିବାରୁ ରିପୋର୍ଟ ପଜିଟିଭ ଆସିଥିଲା

ଆଣ୍ଟିଜେନ୍‌ କିଟ୍‌ ଖରାପ ଥିବାରୁ ରିପୋର୍ଟ ପଜିଟିଭ ଆସିଥିଲା
ସମ୍ୱଲପୁର : ସମ୍ୱଲପୁର ଭିସୁଟ୍‌ରେ ୨୫ଜଣ କୋଭିଡ୍‌ ପଜିଟିଭ୍‌ ଆସିଥିବା ପ୍ରସଙ୍ଗରେ ଚର୍ଚ୍ଚିତ ଖବର ସାମନାକୁ ଆସିଛି। ଆଣ୍ଟିଜେନ୍‌ କିଟ୍‌ ଖରାପ ଥିବାରୁ ରିପୋର୍ଟ ପଜିଟିଭ ଆସିଥିଲା ବୋଲି କୁହାଯାଇଛି। ଏନେଇ ଆଜି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ସେପଟେ ତୁରନ୍ତ ସେଠାରୁ ସବୁ କିଟ୍‌ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ହୋଇଛି । ବୁର୍ଲା ର ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ । । ପଜିଟିଭ୍‌ ଚିହ୍ନଟ ହୋଇଥିବା ଛାତ୍ରାବାସରେ ସମ୍ପୃକ୍ତ ଛାତ୍ରାବାସର ୱାର୍ଡେନମାନେ ନୋଟିସ ବୋର୍ଡରେ ଏ ସମ୍ପର୍କିତ ସୂଚନା ଦେଇ ଅନ୍ୟ ଛାତ୍ରମାନଙ୍କୁ ସତର୍କ କରିଥିଲେ । ଏହାସହିତ ପଜିଟିଭ୍‌ ଚିହ୍ନଟ ଛାତ୍ରଙ୍କ ସସ୍ପର୍ଶରେ ଆସିଥିବା ଛାତ୍ରମାନେ ନିଜକୁ ଆଇସୋଲେସନ୍‌ରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଏହାକୁ ଆଖି ଆଗରେ ରଖି ପ୍ରଥମ ବର୍ଷ ଛାତ୍ରଙ୍କ କ୍ଲାସ ବାତିଲ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତପôରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳ ଓ ପିଡି ଡିଆରଡିଏ ହଷ୍ଟେଲରେ ସ୍ଥିତିର ସମୀକ୍ଷା କରିଛନ୍ତି ।