ଇଜ ଅଫ୍ ଡୁଇଙ୍ଗ ବିଜିନେସ ତାଲିକାରେ ଆନ୍ଧ୍ର ପ୍ରଦେଶ ପ୍ରଥମ

ଇଜ ଅଫ୍ ଡୁଇଙ୍ଗ ବିଜିନେସ ତାଲିକାରେ ଆନ୍ଧ୍ର ପ୍ରଦେଶ ପ୍ରଥମ

ଇଜ ଅଫ୍ ଡୁଇଙ୍ଗ ବିଜିନେସ ତାଲିକାରେ ଆନ୍ଧ୍ର ପ୍ରଦେଶ ପ୍ରଥମ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଇଜ ଅଫ ଡୁଇଙ୍ଗ ବିଜିନେସ ତାଲିକା ପ୍ରକାଶ ପାଇଛି । ଆନ୍ଧ୍ରପ୍ରଦେଶ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି । ଉତ୍ତର ପ୍ରଦେଶ ଏବଂ ତେଲେଙ୍ଗାନା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି । ୨୦୧୯ରେ ଇଜ ଅଫ ଡୁଇଙ୍ଗ ବିଜିନେସକୁ ନେଇ ଘୋଷଣା କରାଯାଇଥିବା ୮୦ ସଂଶୋଧନ କରାଯାଇଥିଲା । ଏହି ସଂଶୋଧନ ଅନୁଯାୟୀ ବିଭିନ୍ନ ରାଜ୍ୟର ମାନ ନିର୍ଦ୍ଧାରଣ କରାଯାଇଥାଏ । ଆନ୍ଧ୍ରପ୍ରଦେଶ ସମୁଦାୟ ୧୦୦ରୁ ୧୦୦ ହାସଲ କରିଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ହରଦୀପ ସିଂ ପୁରୀ ଏହି ବୈଠକରେ ଯୋଗ ଦେଇଥିଲେ । ଓଡିଶା ଏହି ତାଲିକାରେ ୨୯ ତମ ସ୍ଥାନରେ ରହିଛି ।