ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ
ଡେରାଡୁନ: ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସନ୍ଧ୍ୟାରେ ପୁଷ୍କର ସିଂହ ଧାମୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ରାଜଭବନ ପରିସରରେ ଅନୁଷ୍ଠିତ ଉତ୍ସବରେ ପୁଷ୍କରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ବିଜେପି ବିଧାୟକ ସତପାଲ ମହାରାଜ, ହରକ ସିଂହ ରାୱତ, ବଂଶୀଧର ଭଗତ ଏବଂ ଯଶପାଲ ଆର୍ଯ୍ୟ ମଧ୍ୟ ଉତ୍ତରାଖଣ୍ଡର ନୂଆ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଶନ ସିଂହ ଚୌପାଲ, ସୁବୋଧ ଉନିୟାଲ, ଅରବିନ୍ଦ ପାଣ୍ଡେ, ଗଣେଶ ଯୋଶୀ, ଧ୍ୟାନ ସିଂହ ରାୱତ, ରାକେଶ ଆର୍ଯ୍ୟ ଏବଂ ସ୍ୱାମୀ ଯତିସ୍ୱରାନନ୍ଦ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏମାନେ ସମସ୍ତେ ପୂର୍ବ ମନ୍ତ୍ରିମଣ୍ଡଳରେ ରହିଥିଲେ । ୪୫ ବର୍ଷୀୟ ଧାମୀଙ୍କୁ ଗତକାଲି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା ।