ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ  ଛାତ୍ର ବିଜେଡି ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା
ବାରିପଦା(ଦିଲ୍ଲୀପ ମହାନ୍ତି)- ନୂଆଦିଲ୍ଲୀ ସ୍ଥିତ ଜେଏନୟୁ ବିଶ୍ବବିଦ୍ୟାଳୟ ଛାତ୍ରୀ ନିବାସ ରେ ହୋଇଥିବା ହିଂସା ଓ ଆକ୍ରମଣ ପ୍ରତିବାଦରେ ଆଜି ବାରିପଦା ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଏବଂ ଏମପିସି ଜୁନିୟର କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ ଶାଖା ପକ୍ଷରୁ ଏକ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜୁ ଛାତ୍ର ଜନତା ଦଳ ସଭାପତି ଅଭୟ ସିଂଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଉପସ୍ଥିତ ରହି ଏହି ହିଂସାକାଣ୍ଡ ଭିଆଇଥିବା ଅପରାଧୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି