ଏଲଓସି ଆତଙ୍କବାଦୀ ଶିବିର ଓ ଅସ୍ତ୍ରାଗାର ଧ୍ୱଂସ କଲା ଭାରତୀୟ ସେନା

ଏଲଓସି ଆତଙ୍କବାଦୀ ଶିବିର ଓ ଅସ୍ତ୍ରାଗାର ଧ୍ୱଂସ କଲା ଭାରତୀୟ ସେନା

ଏଲଓସି ଆତଙ୍କବାଦୀ ଶିବିର ଓ ଅସ୍ତ୍ରାଗାର ଧ୍ୱଂସ କଲା ଭାରତୀୟ ସେନା
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲା କେରନ ସେକ୍ଟର ନିକଟ ନିୟନ୍ତ୍ରଣ ରେଖା ଲଘଂନ କରି ପାକିସ୍ତାନର ଆତଙ୍କବାଦୀ ଶିବିର ଓ ଅସ୍ତ୍ରାଗାର ଉପରେ ଭାରତ ସେନା ବଡ଼ ଧରଣର ସେନା କାର୍ଯ୍ୟାନୁଷ୍ଠାନ କରିଛି । ଶୁକ୍ରବାର ସକାଳେ ପାକିସ୍ତାନ ସେନା ଏହି ଅଞ୍ଚଳରେ ପ୍ରବଳ ଗୁଳିଗୋଳା ମାଡ଼ କରିଥିବା ବେଳେ ଏହାର ଜବାବରେ ଭାରତ ଏପରି ଜବାବୀ କାର୍ଯ୍ୟାନୁଷ୍ଠାନ କରିଛି । ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବ୍ୟାପକ ଗୁଳିବିନିମୟ ହୋଇଛି । ଭାରତର ଜବାବରେ ପାକିସ୍ତାନର ଗୋଟିଏ ଆତଙ୍କବାଦୀ ଶିବିର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା କୁହାଯାଇଛି । ଭାରତ ସେନା ୧୦୫ ଏମଏମ ଫିଲ୍ଡ ଗନ ଓ ୧୫୫ ଏମଏମ ବୋଫର୍ସ ହାୱିଜରଳ ତୋପ ବ୍ୟବହାର କରିଥିଲା । ଜଣେ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଭାରତ ସେନା ପାକିସ୍ତାନ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଓ ଅସ୍ତ୍ରାଗାରକୁ ସଠିକ ନିଶାଣ କରିଥିଲା । ଆକ୍ରମଣରେ ପାକିସ୍ତାନ ପଟେ ବ୍ୟାପକ କ୍ଷତି ହୋଇଥିବା ବେଳେ ଭାରତର କୌଣସି ଯବାନ ସହିଦ ହୋଇନାହାନ୍ତି । କରୋନା ପାଇଁ ସମଗ୍ର ଭାରତବାସୀ ଏକ ପ୍ରକାର ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ପାକିସ୍ତାନ ଏହାର ଆତଙ୍କବାଦୀକୁ ଅନୁପ୍ରବେଶ କରାଇବାର ଯୋଜନା ଚଳାଇଛି । ଭାରତ ମଧ୍ୟକୁ ଅନୁପ୍ରବେଶ ଲାଗି ନିୟନ୍ତ୍ରଣ ରେଖା ନିକଟରେ ୨୩୦ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଥିବା ଦୁଇ ଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ସୁଯୋଗ ଦେବାକୁ ପାକିସ୍ତାନ ସେନା ସକାଳେ କ୍ରସ ଫାଇରିଂ କରିଥିଲା । ଭାରତ ଏହାର କଡ଼ା ଜବାବ ଦେଇଛି ।