ଉଦ୍ୟୋଗୀକରଣ ହିଁ କୃଷକର ବାସ୍ତବ ଉପଲବ୍ôଧ

ଉଦ୍ୟୋଗୀକରଣ ହିଁ କୃଷକର ବାସ୍ତବ ଉପଲବ୍ôଧ

ଉଦ୍ୟୋଗୀକରଣ ହିଁ କୃଷକର ବାସ୍ତବ ଉପଲବ୍ôଧ
ବାଲିଆପାଳ(୧/୯) - ବିକାଶର ଦିଗରେ ଆମ ରାଜ୍ୟ ଓଡ଼ିଶା । ରାଜ୍ୟସରକାରଙ୍କର ବିଶେଷ ନଜରରେ ଏବେ ଓଡ଼ିଶାର କୃଷି ଓ କୃଷକ ପରିବାର । କୃଷି – ଜୀଇଁବାର ନୂଆ କୋ÷ଶଳ ଶିଖାଏ । ସମଗ୍ର ଦୁନିଆର କ୍ଷୁଧାକବଚ ହେଉଛି ଏ କୃଷି । ଅର୍ଥନୀତିର ପରିମାପକ ଆଉ ସଭ୍ୟତାର ମାନଦଣ୍ଡ । କୃଷି ଏକ ବ୍ୟବସାୟ ନୁହେଁ ବରଂ କର୍ମସିକ୍ତ ଜୀବନର ଏକ ସମ୍ବେଦନଶୀଳ ଉଚ୍ଚାରଣ । କୃଷକ ହେଉଛି ଏ ଆବାହନର ମାର୍ଗଦର୍ଶକ । ଯିଏ ଅନ୍ୟର ପେଟରେ ଦାନା ଦି ମୁଠାଏ ଦେବାକୁ ବର୍ଷବର୍ଷ କ୍ଷେତରେ ଶ୍ରମଦାନ କରୁଥାଏ । ଖରା,ବର୍ଷା ଓ ଶୀତର ପ୍ରକୋପକୁ ଭେଦ କରି ଜମିରେ ସୁନା ଫଳେଇବାର ନିଶାରେ ମାତିଥାଏ କୃଷକ । କିନ୍ତୁ ଏ ସବୁ ଭିତରେ ଉଦ୍ୟୋଗୀକରଣ କୃଷି କ୍ଷେତ୍ରର ଏକ ବୈପ୍ଲବିକ ପରିବର୍ତ୍ତନ । କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ କୋ÷ଶଳବିକାଶ ଯୋଜନାରେ ଆରମ୍ଭ ହୋଇଥିବା ଏ ଅଟଳ ପ୍ରକଳ୍ପ ଏକ ଲକ୍ଷ ଚାଷୀଙ୍କର ପୂର୍ବ କୋ÷ଶଳ ଓ ଅଭିଜ୍ଞତାକୁ ପରିପ୍ରକାଶ କରିବାର ଏକ ମାଧ୍ୟମ । ମୁଁ ସଫଳ କୃଷି ଉଦ୍ୟୋଗୀ ହିଁ ଏହାର ବାର୍ତ୍ତା । ୨୦୨୨ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଜୀ କହିଥିବା ଚାଷୀ ମାନଙ୍କର ଆୟକୁ ଦୁଇଗୁଣ କରିବା ଲକ୍ଷ୍ୟରେ ଏହା କାର୍ଯ୍ୟ କରୁଛି । ଜାତୀୟ ଦକ୍ଷତା ବିକାଶ ମିଶନର ପ୍ରୟାସରେ ଏହା କୃଷକ ମାନଙ୍କୁ ଉଦ୍ୟୋଗୀ କରିବାରେ ବେଶ ସାହାଯ୍ୟ କରୁଛି । କୃଷି ଓ କୃଷକକୁ ନେଇ ଆରମ୍ଭ ହୋଇଥିବା ଅଟଳ ଯୋଜନା ସାରା ଭାରତରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କେବଳ କ୍ଷେତରେ ଚାଷ କରିଦେଲେ ହେବନି ବରଂ ତାହାକୁ କିପରି ଭବିଷ୍ୟତରେ ଆଗକୁ ନିଆଯାଇ ଉଦ୍ୟୋଗର ରୂପ ଦିଆଯିବ , ସେ ଦିଗରେ ଏ ଯୋଜନା କାର୍ଯ୍ୟରତ । ଏହି ପରି୍େରପ୍ରକ୍ଷୀରେ ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ଡ଼ି ଶୁଭମ୍ ଓ ଜୀବନ କୁମାର ନାୟକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ନିକଟସ୍ଥ ପଂଚୁପାଲି ଗ୍ରାମରେ କୃଷକ ମାନଙ୍କୁ ତାଲିମ ଦେଇଥିଲେ । ସ୍ପର୍ଶ ଟ୍ରଷ୍ଟର ଆନୁକୂଲ୍ୟରେ ଆୟୋଜିତ ଏହି କୃଷକ ପ୍ରଶିକ୍ଷଣ କର୍ମଶାଳାରେ ଆଖପାଖ ଗ୍ରାମର ପ୍ରାୟ ୧୦୦ଜଣ ଚାଷୀ ଉପସ୍ଥିତ ରହି ତାଲିମ ନେଇଥିଲେ । ଏହି ଶିବିରରେ ପ୍ରଶିକ୍ଷକ ମାନେ ପାରମ୍ପରିକ କୃଷି ଅପେକ୍ଷା ଜୈବିକ କୃଷିର ମହତ୍ତ୍ୱକୁ ପ୍ରତିପାଦିତ କରିଥିଲେ । ଜୈବିକ କୃଷିର ବହୁଳ ବ୍ୟବହାର କଲେ ଅମଳ କିପରି ଦୁଇଗୁଣ ହେବ , ଏହା ସହ ପଂଚଗବ୍ୟ,ଦଶଗବ୍ୟ,ନୀମାସ୍ତ୍ର ପ୍ରଭୃତିର ପ୍ରସ୍ତୁତି ବିଷୟରେ ଚାଷୀମାନଙ୍କୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଏହା ପରେ କୃଷି ପ୍ରଶିକ୍ଷକ ମାନେ ପନିପରିବା ଜାତୀୟ ଫସଲ ଉପରେ ତାଲିମ ଦେବା ସହ ବାଇଗଣ ଫସଲ ନିମନ୍ତେ ଉପଯୁକ୍ତ ଜଳବାୟୁ , ମୃର୍ତ୍ତକା ଓ ତଳି ପ୍ରସ୍ତୁତି ଓ ବାଇଗଣର ସମନ୍ୱିତ ରୋଗକୀଟ ପରିଚାଳନା ବିଷୟରେ ଚାଷୀ ମାନଙ୍କୁ ବୁଝାଇଥିଲେ । ସ୍ପର୍ଶ ଟ୍ରଷ୍ଟର ମୁଖ୍ୟ ସରୋଜ ପ୍ରଧାନ ଚାଷୀମାନଙ୍କ ସହ ଏହି ଯୋଜନା ବିଷୟରେ ଆଲୋଚନା କରିବା ସହ ତାଲିମ ଶେଷରେ ସେମାନଙ୍କୁ ଦକ୍ଷତା ବିକାଶର ପ୍ରମାଣପତ୍ର ମିଳିବ ବୋଲି ଉପସ୍ଥାପନ କରିଥିଲେ । ଏହା ସହ ଏହି ପ୍ରମାଣପତ୍ର ଭବିଷ୍ୟତରେ ସେମାନଙ୍କୁ ଉଦ୍ୟୋଗୀ କରିବାରେ ସାହାଯ୍ୟ କରିବ ବୋଲି କହିଥିଲେ । ଏହି କର୍ମଶାଳା ଆହୁରି ୭ଦିନ ଚାଲିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି କର୍ମଶାଳାରେ ଗଜେନ୍ଦ୍ର ସିଂ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।