ଏସିଡ୍ ଆଟାକ୍ ପୀଡିତାଙ୍କ ଭୁମିକାରେ ଦୀପିକା ପାଦୁକୋନ

ଏସିଡ୍ ଆଟାକ୍ ପୀଡିତାଙ୍କ ଭୁମିକାରେ ଦୀପିକା ପାଦୁକୋନ

ଏସିଡ୍ ଆଟାକ୍ ପୀଡିତାଙ୍କ ଭୁମିକାରେ ଦୀପିକା ପାଦୁକୋନ
ବଲିଉଡରେ ଏବେ ବାୟୋପିକ ସିନେମା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଦର୍ଶକ ମଧ୍ୟ ବାୟୋପିକ ଦେଖିବାକୁ ବହୁ ପସନ୍ଦ କରୁଛନ୍ତି । ସେହିଭଳି ଏକ ବାୟୋପିକ ସିନେମା ଛପାକର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ଦୀପିକା ପାଦୁକୋନ ମୁଖ୍ୟ ଭୁମିକାରେ ଆକ୍ଟିଂ କରିଛନ୍ତି । ୨ ମିନିଟ ୧୯ ସେକେଣ୍ଡର ଏହି ଟ୍ରେଲରରେ ଜଣେ ଏସିଡ୍ ଆଟାକ୍ ପୀଡିତାଙ୍କ କଷ୍ଟ ଦର୍ଶାଯାଇଛି । ଏସିଡ୍ ଆଟାକ୍ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ସହ ସଂଘର୍ଷ ଏହି କାହାଣି । ଏହି ଟ୍ରେଲରରେ ଦୀପିକା ଏକ ଡାଇଲଗ୍ କହିଛନ୍ତି ଯେ, ନାକ ନାହିଁ, କାନ ନାହିଁ, ଝୁମ୍କା କେଉଁଠାରେ ପିନ୍ଧିବି । ଏସିଡ୍ ବିକ୍ରି ହେଉ ନଥିଲେ ଫୋପଡା ହୁଅନ୍ତା ନାହିଁ । ଏହି ଫିଲ୍ମଟି ଏସିଡ୍ ପିଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନି ଉପରେ ନିର୍ମିତ । ନିଦେ୍ର୍ଧଶକ ମେଘ୍ନା ଗୁଲଜାରଙ୍କ ସହ ଦୀପିକା ପ୍ରଥମ ଥର ପାଇଁ କାମ କରିଛନ୍ତି । ଦୀପିକା ମାଳତି ନାମକ ଜଣେ ଝିଅ ଭୂମିକାରେ ଅଛନ୍ତି । ଫିଲ୍ମରେ ବିକ୍ରାନ୍ତ ମୌସୀ ଦୀପିକାଙ୍କ ଅପୋଜିଟ ଭୂମିକାରେ ଅଛନ୍ତି । ବିକ୍ରାନ୍ତ ଜଣେ ପତ୍ରକାର ଅଛନ୍ତି । ସେ ନ୍ୟାୟ ପାଇଁ ଦୀପିକାଙ୍କ ପାଇଁ ଲଢୁଛନ୍ତି । ଏହି ଫିଲ୍ମ ୧୦ଜାନୁଆରୀ ୨୦୨୦ରେ ରିଲିଜ ହେବାକୁ ଯାଉଛି ।