ଏୟାରପୋର୍ଟରେ ଘଟିଛି ଭୟଙ୍କର ବିସ୍ଫୋରଣ

ଏୟାରପୋର୍ଟରେ ଘଟିଛି ଭୟଙ୍କର ବିସ୍ଫୋରଣ

ଏୟାରପୋର୍ଟରେ ଘଟିଛି ଭୟଙ୍କର ବିସ୍ଫୋରଣ
ଆଡେନ: ୟେମେନର ଆଡେନ ଏୟାରପୋର୍ଟରେ ଘଟିଛି ଭୟଙ୍କର ବିସ୍ଫୋରଣ, ଯେଉଁଥିରେ ଚାଲିଯାଇଛି ୩୦ରୁ ଅଧିକ ଜୀବନ। ଏହି ଭୟାବହ ବିସ୍ଫୋରଣରେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସାଉଦି ଆରବ ସମର୍ଥିତ ମେଣ୍ଟ ସରକାରର ନେତା ଯେତେବେଳେ ଏୟାରପୋର୍ଟରେ ଅବତରଣ କରୁଥିଲେ, ସେତେବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସବୁ ନେତା ସାଉଦି ଆରବ ସରକାର ସହ ଆଲୋଚନା କରି ଫେରୁଥିଲେ। ତେବେ ଏହି ବିସ୍ଫୋରଣରେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ୟେମେନ ଓ ସାଉଦି ଆରବ ଏହି ଭୟଙ୍କର ଆକ୍ରମଣ ପାଇଁ ଇରାନର ସମର୍ଥିତ ହୁତୀ ସଂଗଠନକୁ ଦାୟୀ କରିଛି। ତେବେ ହୁତୀ ସଂଗଠନ ଏହି ଆକ୍ରମଣର ଖଣ୍ଡନ କରିଛି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କର ଜୀବନ ଯିବା ସହ ବହୁ କ୍ଷତି ହୋଇଥିବା ସୂଚନା ମିଳିଛି।