କଟକରେ ବିଗ୍ ବାଉଟ୍ ବକ୍ସିଂ ଲିଗ୍

କଟକରେ ବିଗ୍ ବାଉଟ୍ ବକ୍ସିଂ ଲିଗ୍

କଟକରେ ବିଗ୍ ବାଉଟ୍ ବକ୍ସିଂ ଲିଗ୍
ଜବାହରଲାଲ ଇନଡୋର ଷ୍ଟାଡିୟମରେ ଖେଳିବ ଓଡ଼ିଶା ୱାରିଅର୍ସ ଭୁବନେଶ୍ୱର : ହକି, ଫୁଟବଲ ପରେ ଏବେ ଓଡ଼ିଶା ସରକାର ବକ୍ସିଂ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ନେଇ ଆଗେଇ ଆସିଛନ୍ତି । ଆଇପିଏଲ, ଆଇଏସଏଲ, ପ୍ରୋ କବାଡ଼ି, ପ୍ରୋ-କୁସ୍ତି ଲିଗ୍ ଭଳି ପେସାଦାର ବିଗ୍ ବାଉଟ ବକ୍ସିଂ ଲିଗ୍ ଆୟୋଜିତ ହେବ । ଭାରତୀୟ ବକ୍ସିଂ ମହାସଂଘ ଆନୁକୁଲ୍ୟରେ ବିଗ୍ ବାଉଟିଂ୨ ବକ୍ସିଂ ଲିଗର ପ୍ରଥମ ସଂସ୍କରଣ ଡିସେମ୍ବର ୨ ରୁ ୨୧ ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ୬ଟି ଫ୍ରାଞ୍ଚାଇଜି ଦଳ ଅଂଶଗ୍ରହଣ କରିବେ । ଏହି ଦଳଗୁଡ଼ିକ ହେଲେ ଓଡ଼ିଶାର ଫ୍ରଞ୍ଚାଇଜ ଓଡ଼ିଶା ୱାରିଅର୍ସ, ପଞ୍ଜାବ ରୟାଲସ, ନର୍ଥଲଷ୍ଟ ରାଇନୋଜ, ଅଦାନି ଗୁଜରାଟ, ବେଙ୍ଗାଲୁରୁ ବ୍ରଲର୍ସ ଓ ବମ୍ବେ ବୁଲେଟସ । ମ୍ୟାଚ ଗୁଡ଼ିକ ୩ଟି ସହର ଦିଲ୍ଲୀ, ଲୁଧିଆନା ଓ କଟକରେ ଖେଳାଯିବ । ଓଡ଼ିଶା ୱାରିଅର୍ସ କଟକର ଜବାହାରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଡିସେମ୍ବର ୨ ରୁ ୮ ପର୍ଯ୍ୟନ୍ତ ମ୍ୟାଚସବୁ ଖେଳିବ । ବିଗ୍ ବାଉଟ ଲିଗ୍ ପାଇଁ ଖେଳାଳି ନିଲାମ ମଙ୍ଗଳବାର ହୋଇଯାଇଛି । ପ୍ରତି ଦଳରେ ୫ ପୁରୁଷ, ୨ ମହିଳା ବକ୍ସର ରହିଛନ୍ତି । ୭ ଜଣ ଖେଳାଳିଙ୍କ ମଧ୍ୟରୁ ୩ ବିଦେଶୀ ଖେଳାଳି ଅଛନ୍ତି । ଓଡ଼ିଶା ୱାରିଅର୍ସ ଦଳରେ ନିଖତ ଜରିନ, ନମନ ତନୱାର ଓ ବୋରିସ ଆଞ୍ଜେଲସ ପ୍ରଭୃତି ରହିଛନ୍ତି । ଓଡ଼ିଶା ସରକାରଙ୍କ ପ୍ରୟାସରେ ବିଗ ବାଉଟ୍ ବକ୍ସିଂ ଲିଗରେ ଓଡ଼ିଶା ତାର ଫ୍ରାଞ୍ଚାଇଜ ଦଳ ଛିଡ଼ା କରିପାରିଛି । ଓଡ଼ିଶା ୱାରିଅର୍ସ କଟକର ଜବାହାରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ତାର ଘରୋଇ ମ୍ୟାଚସବୁ ଖେଳି । ଏଥିପାଇଁ ଭାରତୀୟ ବକ୍ସିଂ ମହାସଂଘର ପ୍ରତିନିଧି ଦଳ ଜବାହାରଲାଲ ନେହେରୁ ଷ୍ଟାଡିୟମ ପରିଦର୍ଶନ କରିବା ସହିତ ଭିତ୍ତିଭୂମି ନେଇ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ବିଗ ବାଉଟ୍ ବକ୍ସିଂ ଲିଗ୍ ଲାଗି ସିଧାସଳଖ ଫ୍ରାଞ୍ଚାଇଜ ଗ୍ରହଣ କରା ଯାଇନାହିଁ । ଓଡ଼ିଶା ୱାରିଅର୍ସକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି । ଖେଳାଳିଙ୍କ ଯାତାୟାତ, ଅଭ୍ୟାସର ସୁଯୋଗ ରହିବା ଓ ଖେଳିବା ଲାଗି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ବିଗ ବାଉଟ୍ ଲିଗ -୨୦୧୯ ରେ ଖେଳସୂଚୀ ପ୍ରାୟ ନିର୍ଦ୍ଧାରିତ ହୋଇ ସାରିଥିବା ବେଳେ ଖୁବ୍ ଶୀଘ୍ର ଏହା ଘୋଷଣା କରାଯିବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ କହିଛନ୍ତି । ପୁଣି କଟକରେ ୨୦୨୦ ଫେବୃୟାରୀରେ ଏସୀୟ କୁସ୍ତି ଚମ୍ପିଆନସିପ ଆୟୋଜନ ହେବାକୁ ଯାଉଛି । ସୂଚନା ଯୋଗ୍ୟ, ରାଜ୍ୟ ସରକାର ହକିରେ ଉଭୟ ପୁରୁଷ ଓ ମହିଳା ଦଳର ୫ ବର୍ଷ ଲାଗି ମୁଖ୍ୟ ପ୍ରାୟୋଜକ ରହିଥିବା ବେଳେ ଆଇଏସଏଲ ଦଳ ଓଡ଼ିଶା ଏଫସିର ମଧ୍ୟ ମୁଖ୍ୟ ପ୍ରାୟୋଜକ ରହିଛନ୍ତି । ଏହା ବାଦ୍ ୧୬ ଓ ୧୯ ବର୍ଷରୁ କମ୍ ଜାତୀୟ ପୁରୁଷ ଫୁଟବଲ୍ ଦଳର ମଧ୍ୟ ପ୍ରାୟୋଜକ ରହିଛି ।