କେଶ ଝଡୁଥିଲେ ଏହା କରନ୍ତୁ

କେଶ ଝଡୁଥିଲେ ଏହା କରନ୍ତୁ

ବର୍ଷା ଦିନେ କେଶ ଝଡ଼ିବା ଏକ ମୁଖ୍ୟ ସମସ୍ୟା। ବର୍ଷା ଦିନ ଆସିଲେ କେଶ ଉପୁଡ଼ିବା ଆରମ୍ଭ ହୋଇଯାଏ। କାରଣ ସ୍କଲ୍ଫ ନରମ ରହିବା ଯୋଗୁଁ ଆପଣଙ୍କର କେଶର ମୂଳ ଶୁଷ୍କ ହୋଇଯାଏ ଏବଂ ଝଡ଼ିବା ଆରମ୍ଭ କରେ। ଏଥିପାଇଁ ନିଜ କେଶର ଯତ୍ନ ନିଅନ୍ତୁ। ବିଶେଷ କରି ଯଦି ବର୍ଷାରେ ଆପଣଙ୍କର କେଶ ଓଦା ହେଉଛି ତେବେ ପ୍ରଥମେ କେଶକୁ ଶୁଖାଇ ଦିଅନ୍ତୁ, ଏହାପରେ ତେଲ ଲଗାଇ ମାଇଲ୍ଡ ଶାମ୍ପୋ କରନ୍ତୁ।

କେଶକୁ ଦିଅନ୍ତୁ ଭରପୁର ପୋଷଣ- ବର୍ଷା ଦିନେ କେଶକୁ ଭରପୁର ପୋଷଣ ଦିଅନ୍ତୁ। ପ୍ରତି ୧୫ ଦିନରେ ଥରେ ତେଲ ଲଗାନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ଵାରା ଆପଣଙ୍କ କେଶକୁ ପୋଷଣ ମିଳିବ।

ସୁସ୍ଥ ଆହାର ଜରୁରୀ- ସୁସ୍ଥ ଆହାର ଆପଣଙ୍କ ତ୍ଵଚା ସହିତ ଆପଣଙ୍କ କେଶ ପାଇଁ ଜରୁରୀ। ଏଥିପାଇଁ ଆପଣ ସୁପରଫୁଡ୍ ଖାଆନ୍ତୁ। ଜଙ୍କ୍ ଫୁଡ୍ ଏବଂ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ।

କଣ୍ଡିଶନର- ବର୍ଷା ଦିନେ କେଶ ଶୁଷ୍କ ହୋଇଯାଏ। ତେଣୁ ଆପଣ କେଶକୁ କଣ୍ଡିସନିଂ କରନ୍ତୁ। କଣ୍ଡିସନର ଲଗାଇବା ଦ୍ଵାରା ଆପଣଙ୍କ କେଶ ମୁଲାୟମ ଏବଂ ଚମକଦାର ରହିବ। ଏଥିପାଇଁ ସପ୍ତାହକୁ ଦୁଇଥର କଣ୍ଡିସନର ଲଗାନ୍ତୁ।

ଆପଲ ସାଇଡର ଭିନେଗାର- ବର୍ଷା ଦିନେ ଆପଣଙ୍କ ସ୍କଲ୍ଫ ନରମ ରୁହେ। ଏହାଦ୍ଵାରା ଆପଣଙ୍କ କେଶ ଚିପଚିପା ହୋଇଯାଏ। ପିଏଚ୍ ଲେବୁଲ୍ ମଧ୍ୟ ବିଗିଡ଼ି ଯାଏ। ତେଣୁ ପିଏଚ୍ ଲେବୁଲ୍ ନିୟନ୍ତ୍ରଣ ରଖିବା ପାଇଁ ଆପଲ ସାଇଡର୍ ଭିନେଗାର ଭଲ କାମ ଦିଏ। ଏଥିପାଇଁ କେଶ ସଫା କରିବା ପୂର୍ବରୁ ପାଣିରେ ଅଳ୍ପ ଆପଲ ସାଇଡର୍ ବିନେଗାର ମିଶାଇ ଲଗାନ୍ତୁ।

ଆଲୋଭେରା- କେଶ ଚିପଚିପା ନହେବା ପାଇଁ ଆଲୋଭେରା ଜେଲ୍ ବ୍ୟବହାର କରନ୍ତୁ। ଏହାଦ୍ଵାରା ଆପଣଙ୍କ କେଶକୁ ପୋଷଣ ମିଳିବ। କେଶର ମୂଳ ମଜବୁତ ହେବ। କେଶ ଝଡ଼ିବା ବନ୍ଦ ହୋଇଯିବ।

ମୋଟା ଦାନ୍ତ ଥିବା ପାନିଆ ବ୍ୟବହାର- କେଶରୁ ଜଟ ଛଡାଇବା ପାଇଁ ମୋଟା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ଏହାଦ୍ଵାରା କେଶ ଫାଟିବା ବନ୍ଦ ହୋଇଯାଏ।