କେଶ ଝଡ଼ୁଛି କି...

କେଶ ଝଡ଼ୁଛି କି...

କେଶ ଝଡ଼ୁଛି କି...

ଶୀତଦିନେ କେଶକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାଆନ୍ତି । କାରଣ ଏହି ଦିନରେ ପ୍ରାୟ ସମସ୍ତଙ୍କର ଚୁଟି ସମସ୍ୟା ଦେଖାଯାଏ । ସୁନ୍ଦର ଓ ସୁସ୍ଥ କେଶ ପାଇଁ ଏହାର ଯନô ନେବା ଅତ୍ୟନ୍ତ ଜରୁରୀ । ଭୁଲ ଢଙ୍ଗରେ ଚୁଟି ଧୋଇବା ଓ ଅଧିକ ହେୟାର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଚୁଟି ନଷ୍ଟ ହେବା ଆଶଙ୍କା ରହିଛି। ଏହା ଦ୍ୱାରା ଚୁଟି ସହ ଜଡ଼ିତ ସମସ୍ୟା ବି ଦେଖାଯାଏ। ଆଜି ଆସନ୍ତୁ ଜାଣିବା ଚୁଟିକୁ ଡ୍ୟାମେଜ୍‌ ହେବାରୁ ବଞ୍ଚାଇବାକୁ କେମିତି ଧୋଇବେ, ସେ ବିଷୟରେ…


ଚୁଟିକୁ ସାମ୍ପୋ କରିବା ବେଳେ ଠିକ୍‌ ଭାବେ ଧୋଇବା ଉଚିତ। ଏମିତି ନ କଲେ ଚୁଟି ଖରାପ ହେବା ସମ୍ଭାବନା ରହିଛି। ଚୁଟିକୁ ସାମ୍ପୋ କରିବା ପୂର୍ବରୁ ଷ୍ଟିମ୍‌ ନିଅନ୍ତୁ। ଷ୍ଟିମ୍‌ ନେବା ପରେ ହାଲ୍‌କା ହାତରେ ମସାଜ କରନ୍ତୁ। ଚୁଟି ଧୋଇବା ପାଇଁ ଅଧିକ ଥଣ୍ଡା କିମ୍ବା ଅଧିକ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ସବୁବେଳେ ନର୍ମାଲ ପାଣିରେ ହିଁ ଚୁଟି ସଫା କରନ୍ତୁ। ସପ୍ତାହକୁ ଦୁଇ ଥର ହିଁ ଚୁଟି ସଫା କରିବା ଭଲ। ଏହା ଦ୍ୱାରା କମ୍‌ ଚୁଟି ଝଡ଼ିବ।

ଏମିତି ବ୍ୟବହାର କରନ୍ତୁ କଣ୍ଡିସନର:
ଚୁଟିକୁ ସାମ୍ପୋ କରିବା ପରେ ଅଳ୍ପ କଣ୍ଡିସନର ବ୍ୟବହାର କରନ୍ତୁ। କଣ୍ଡିସନରକୁ ଅଧିକ ମାତ୍ରାରେ ବ୍ୟବହାର କଲେ ଚୁଟି ଝଡ଼ିବା ଆଶଙ୍କା ରହିଛି। ତେବେ ଧ୍ୟାନ ରଖିବେ କଣ୍ଡିସନର ଯେମିତି ତାଳୁରେ ନ ଲାଗେ। ତାଳୁରେ ଲାଗିଲେ ଚୁଟି ଉପୁଡ଼ିବା ସମ୍ଭାବନା ବଢ଼ିଯାଏ।

 ଏମିତି ଶୁଖାନ୍ତୁ ଚୁଟି:
ଚୁଟିକୁ ଧୋଇବା ପରେ ଓ କଣ୍ଡିସନର ଲଗାଇବା ପରେ ଶୁଖାଇବା ଜରୁରୀ। ସବୁବେଳେ ସୂତା ଗାମୁଛାରେ ଚୁଟି ଶୁଖାନ୍ତୁ। ଏମିତି କଲେ ଚୁଟି ଶୁଷ୍କ ହେବନି ଓ ପ୍ରାକୃତିକ ତୈଳାଂଶ ବଜାୟ ରହିବ। ଚୁଟି ଶୁଖାଇବାକୁ କେବେ ବି ଡ୍ରାୟର ବ୍ୟବହାର କରନ୍ତୁ ନାହିଁ। ଗରମ ପବନ ଯୋଗୁ ଚୁଟି ନଷ୍ଟ ହେବା ସମ୍ଭାବନା ରହିଛି।

ଅଧିକ ସମୟ ଯାଏଁ ଚୁଟି ଧୁଅନ୍ତୁ ନାହିଁ:
ଅଧିକ ସମୟ ଯାଏଁ ଚୁଟି ଧୋଇଲେ ତାହା ଅଧିକ ପରିଷ୍କାର ହୋଇଯାଏ ବୋଲି ଲୋକେ ଭାବନ୍ତି। କିନ୍ତୁ ପ୍ରକୃତରେ ସେମିତି ନୁହେଁ। ଅଧିକ ସମୟ ଚୁଟି ଧୋଇଲେ ତାହା ଦୁର୍ବଳ ହୋଇ ଉପୁଡ଼ିଥାଏ।