କ’ଣ ପାଇଁ ଶୁଭ ହୋଇଥାଏ ଶଙ୍ଖ, ଜାଣନ୍ତୁ
କ’ଣ ପାଇଁ ଶୁଭ ହୋଇଥାଏ ଶଙ୍ଖ, ଜାଣନ୍ତୁ
admin
May 6, 2021 - 10:24
Updated: May 6, 2021 - 10:24
ହିନ୍ଦୁ ଧର୍ମରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଶଙ୍ଖକୁ ମାତା ଲକ୍ଷ୍ମୀଙ୍କ ଭାଇ ମଧ୍ୟ କୁହାଯାଏ । ସାଗର ମନ୍ଥନ ସମୟରେ ଯେଉଁ ୧୪ ପ୍ରକାର ରତ୍ନ ଉପôତ୍ତି ହୋଇଥିଲା ସେଥିରେ ଶଙ୍ଖ ମଧ୍ୟ ଥିଲା । ତେଣୁ ଶଙ୍ଖ ମାତା ଲକ୍ଷ୍ମୀଙ୍କ ଭାଇ । କାରଣ ଦୁଇ ଜଣ ସାଗରରୁ ଉପôତ୍ତି ହୋଇଥିଲେ । ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ମଧ୍ୟ ନିଜ ହାତରେ ଶଙ୍ଖ ଧାରଣ କରିଛନ୍ତି । ତେଣୁ ଏହାର ଧାର୍ମିକ ମହତ୍ୱ ବହୁତ ରହିଛି । ସମସ୍ତ ପ୍ରକାର ପୂଜାରେ ଶଙ୍ଖ ବଜାଯାଇଥାଏ । କୌଣସି ମାଙ୍ଗଳିକା କାର୍ଯ୍ୟ, ପୂଜାପାଠ, ଯଜ୍ଞରେ ଶଙ୍ଖ ବଜାଇବାର ବିଧି ରହିଛି । ତେବେ ଆଜି ଜାଣିବା ଘରେ ଶଙ୍ଖ ବଜାଇବା କ’ଣ ପାଇଁ ଶୁଭ ହୋଇଥାଏ । ପୂଜା ଘରେ କ’ଣ ପାଇଁ ଶଙ୍ଖକୁ ପୂଜା କରାଯାଏ । ବାସ୍ତୁଶାସ୍ତ୍ରରେ କ’ଣ ପାଇଁ ଶଙ୍ଖର ମହତ୍ୱ ରହିଛି ।
- ପ୍ରତିଦିନ ଶଙ୍ଖ ବଜାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଶଙ୍ଖ ବଜାଇଲେ ଆମ ମାଢ଼ି ଶକ୍ତ ହୁଏ । ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୁଏ । ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିବାକୁ ଭୟ କରନ୍ତି ।
- ଶଙ୍ଖରେ ଜଳ ରଖି ଘରର ଚାରି ଆଡେ ଛିଞ୍ଚôଲେ ଘରୁ ନକରାତ୍ମକ ଉର୍ଜ ବାହାରି ଯାଏ । ଘରେ ସକରାତ୍ମକ ଉର୍ଜ ସଞ୍ଚାର ହୋଇଥାଏ । ଆଖାପାଖ ବାତାବରଣ ପବିତ୍ର ଓ ଶୁଦ୍ଧ ରୁହେ ।
- ବାସ୍ତୁଶାସ୍ତ୍ରରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଘରର ଦକ୍ଷିଣ ଦିଗରେ ଶଙ୍ଖ ରଖିଲେ ବ୍ୟକ୍ତିଙ୍କୁ ଯସ, କୀର୍ତ୍ତି ଓ ଉନ୍ନତି ମିଳେ ।
- ଘରର ଉତ୍ତର ପୂର୍ବ ଦିଗରେ ଶଙ୍ଖ ରଖିଲେ ଶିକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି । ଶଙ୍ଖକୁ ପୂଜା ସ୍ଥାନରେ କିମ୍ବା ଲିଭିଂ ରୁମରେ ରଖିଲେ ଲାଭଦାୟକ ହୋଇଥାଏ ।
- କୁହାଯାଏ ଶଙ୍ଖରେ ରଖାଯାଇଥିବା ପାଣି ଖରାପ ହୋଇନଥାଏ । ଶଙ୍ଖରେ କ୍ୟାଲସିୟନ, ଫସଫରସ ଓ ଗନ୍ଧକ ଗୁଣ ରହିଛି । ଶଙ୍ଖରେ ରଖାଯାଇଥିବା ପାଣିକୁ ପିଇଲେ ହାଡ ମଜବୁତ ହୋଇଥାଏ । ଦାନ୍ତ ମଧ୍ୟ ଶକ୍ତ ହୁଏ ।
- କୁହାଯାଏ ଯେଉଁ ଘରେ ଶଙ୍ଖ ରଖାଯାଇଥାଏ ସେଠାରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫଟୋ ପାଖରେ ଶଙ୍ଖ ରଖିଲେ ଘରକୁ ସୁଖ, ସମ୍ବୃଦ୍ଧି ଓ ବୈଭବ ଆସେ ।