ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା-ନବୀନ

ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା-ନବୀନ

ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା-ନବୀନ
ଭୁବନେଶ୍ୱର: ଖୁବଶୀଘ୍ର ପ୍ରକାଶ ପାଇବ ବିଜୁ ଜନତା ଦଳର ପ୍ରଥମ ପ୍ରାର୍ଥୀ ତାଲିକା । ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୋମବାର ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ନବୀନ ଏହି ସୂଚନା ଦେଇଛନ୍ତି । ନବୀନଙ୍କ ଏହି ସୂଚନା ଏବେ ଆଶୟୀମାନଙ୍କ ହୃତସ୍ପନ୍ଦନକ ବଢାଇ ଦେଇଛନ୍ତି । ପ୍ରକାଶ ଯେ, କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା, ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନାଗିରି ଓ ଚିତ୍ରକୋଣ୍ଡା, ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଏବଂ କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର,କୋରାପୁଟ ଓ ପଟାଙ୍ଗୀ ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି କୁହାଯାଇଛି ।