ଗ୍ରାମାଞ୍ଚଳରେ ବେକାରି ବଢ଼ିଲା

ଗ୍ରାମାଞ୍ଚଳରେ ବେକାରି ବଢ଼ିଲା

ଗ୍ରାମାଞ୍ଚଳରେ ବେକାରି ବଢ଼ିଲା
ନୂଆଦିଲ୍ଲୀ:ଅଗଷ୍ଟରେ ଦେଶର ବେକାର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାର ଦୁଇଟି ପ୍ରମୁଖ କାରଣ ରହିଛି । ପ୍ରଥମଟି ହେଉଛି ମୌସୁମୀ ବର୍ଷା ଲାଗି ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନରା (ମନରେଗା) ରେ ମିଳୁଥିବା କାମ ହ୍ରାସ ପାଇଛି । ଦ୍ୱିତୀୟ କାରଣଟି ହେଉଛି କୃଷି ଶ୍ରମିକଙ୍କ ଚାହିଦା ମଧ୍ୟ କମିଛି । କ୍ଷେତରେ ବୁଣାବୁଣି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଅଧିକ ଶ୍ରମିକ ଦରକାର ପଡ଼ୁନାହିଁ । କରୋନା ମହାମାରୀ ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରେ ଲକଡାଉନ ଘୋଷଣା କରାଯିବା ପରେ ସହରାଞ୍ଚଳରେ ଥିବା ଶ୍ରମିକମାନେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏପି୍ରଲରୁ ଗ୍ରାମାଞ୍ଚଳରେ ଅଧିକ ଶ୍ରମିକ ଉପଲବ୍ଧ ହୋଇଥିଲେ । ସେହି ସମୟରେ ଚାଷ କାର୍ଯ୍ୟ ଜାରି ରହୁଥିବାରୁ ଅଧିକାଂଶ ପ୍ରବାସୀ ଶ୍ରମିକ ସେଥିରେ ନିୟୋଜିତ ହୋଇ ଉପାର୍ଜନକ୍ଷମ ହୋଇପାରିଥିଲେ । ମନରେଗାରେ ମଧ୍ୟ ସରକାର କାମ ବଢ଼ାଇ ଦେଇଥିବାରୁ ସେଥିରେ ମଧ୍ୟ ଆଉ କିଛି ଲୋକ ନିୟୋଜିତ ହୋଇପାରିଥିଲେ ।