ଢାକା ମସଜିଦରେ ବିସ୍ଫୋରଣ : ୧୨ ମୃତ

ଢାକା ମସଜିଦରେ ବିସ୍ଫୋରଣ : ୧୨ ମୃତ

ଢାକା : ବାଂଲାଦେଶ ରାଜଧାନୀ ଢାକାର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୨ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଢାକାର ନାରାୟଣଗଞ୍ଜରେ ରହିଥିବା ଏକ ମସଜିଦରେ ରାତି ୯ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଶୁକ୍ରବାର ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ଆହତ ମାନଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀରେ ଭର୍ତ୍ତି କରାଯାଇଛି । ଏହା ମଧ୍ୟରୁ ୧୨ ଜଣ ଲୋକଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଏସିରେ ସର୍ଟ ସର୍କିଟ କାରଣରୁ ବିସ୍ଫୋରଣ ଘଟିଥିବା ଜଣାପଡିଛି ।