ଘରର ଏହି ସ୍ଥାନରେ ରଖନ୍ତୁ ମୟୁର ପଙ୍ଖ, ଘରେ ହେବ ଧନର ବର୍ଷା

ଘରର ଏହି ସ୍ଥାନରେ ରଖନ୍ତୁ ମୟୁର ପଙ୍ଖ, ଘରେ ହେବ ଧନର ବର୍ଷା

ଘରର ଏହି ସ୍ଥାନରେ ରଖନ୍ତୁ ମୟୁର ପଙ୍ଖ, ଘରେ ହେବ ଧନର ବର୍ଷା

ମଣିଷର ଇଚ୍ଛା ଅତୁଳନୀୟ । ଧନର ମୋହ ଅଧିକାଂଶ ଲୋକଙ୍କର ଥାଏ । ମଣିଷ ଯେତେ ଧନ ସମ୍ପଦ ଅର୍ଜନ କଲେ ମଧ୍ୟ ତାର ମନ  ମାନି ନ ଥାଏ । ଅନେକ କ୍ଷେତ୍ରରେ କିଛି ଲୋକ ଅଧିକ ପରିଶ୍ରମ କରୁଥିଲେ ବି ସେମାନଙ୍କୁ ଉପଯୁକ୍ତ ଅର୍ଥ ମଳି ନଥାଏ । ଶାସ୍ତ୍ର ଅନୁସାରେ ଏଭଳି କିଛି ଉପାୟ ଅଛି ଯାହା ଦ୍ୱାରା ଘରକୁ ପଇସା ଆସିବାର ବାଟ ଖୋଲିଯାଏ । ମୟୂର ପଙ୍ଖ ଏକ ଚମକôାରୀ ଶକ୍ତିଶାଳୀ ଯନ୍ତ୍ର ଅଟେ । ବହୁ ପ୍ରାଚୀନ କାଳରୁ ଶାସ୍ତ୍ର, ଜ୍ୟୋତିଷ ଆଦିରେ ଏହାର ବ୍ୟବହାର ଉଲ୍ଲେଖ ରହିଛି । ମୟୁର ପଙ୍ଖକୁ ବିଦ୍ୟାଦେବୀ ସରସ୍ୱତୀ, ଧନଦେବୀ ମାତା ଲକ୍ଷ୍ମୀ, ଶ୍ରୀକୃଷ୍ଣ, କା ିର୍କ, ହନୁମାନ ଓ ସମସ୍ତଙ୍କ ସହ ଯୋଡା ଯାଇଥାଏ । ଏହି ମୟୁର ପଙ୍ଖକୁ ଯଦି ବଂଶୀ ସହ ଘରେ ରଖନ୍ତି, ତେବେ ସମ୍ପର୍କରେ ମଧୁରତା ଆସିଥାଏ ବୋଲି କୁହାଯାଏ । ସନ୍ଧ୍ୟା ଆଳତି ପରେ ଏହାକୁ ଜୋରରେ ହଲାଇବା ଦ୍ୱାରା ଘରୁ ନକରାତ୍ମକତା ଦୂରେଇ ଯାଇଥାଏ । ମୟୁର ପଙ୍ଖକୁ ଏଭଳି ଏକ ସ୍ଥାନରେ ରଖିବେ, ଯେଉଁଠାରେ ସମସ୍ତଙ୍କ ଦୃଷ୍ଟି ପଡିବ । ଏହା ଦ୍ୱାରା ଘରେ ସୁପ୍ରଭାବ ପଡିବା ସହିତ, ଘରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଘରର ସମସ୍ତ ରୁମରେ ମୟୁର ପଙ୍ଖ ରଖିବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ରାହୁ କେତୁ ଓ କାଳସର୍ପ ଦୋଷ ରହିଥିଲେ ପାଖରେ ମୟୁର ପଙ୍ଖ ରଖନ୍ତୁ । ବିଦ୍ୟାର୍ଥୀମାନେ ଏହାକୁ ବହିରେ ରଖିବା ଦ୍ୱାରା ବିଦ୍ୟା କ୍ଷେତ୍ରରେ ସମୃଦ୍ଧି ଆସିଥାଏ । ଘରର ଦକ୍ଷିଣ ପୂର୍ବ କୋଣରେ ଓ ଟଙ୍କା ରଖିବା ସ୍ଥାନରେ ରଖିବା ଦ୍ୱାରା ଘରେ ଟଙ୍କାର ଅଭାବ ରହିନଥାଏ ।