ଜଗତ କଲ୍ୟାଣ ପାଇଁ କାମ କର: କୋବିନ୍ଦ

ଜଗତ କଲ୍ୟାଣ ପାଇଁ କାମ କର: କୋବିନ୍ଦ

ଜଗତ କଲ୍ୟାଣ ପାଇଁ କାମ କର: କୋବିନ୍ଦ

ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ପୁରୀ ଗସ୍ତରେ ଅଛନ୍ତି । ଆଜି ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ୧୫୦ ତମ ଆବିର୍ଭାବ ମହୋତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ମହୋତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ବିଶ୍ଵର ବିଭିନ୍ନ ପ୍ରାନ୍ତର ସାଧୁସନ୍ଥ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ।
ଏହି କାର୍ୟ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି ଯେ, ସେବା ଆମ ସଂସ୍କୃତିର ମୂଳମନ୍ତ୍ର। ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ମୋ ପାଇଁ ପରମ ସୌଭାଗ୍ୟ। ଭଗବାନଙ୍କ କୃପାରୁ ବିଭିନ୍ନ ଧର୍ମପୀଠ ଦର୍ଶନର ସୁଯୋଗ ମିଳିଛି। ଜଗତ କଲ୍ୟାଣ ପାଇଁ କାର୍ୟ୍ୟ କରିବା ମହତ୍ଵପୂର୍ଣ୍ଣ। ଯଥାଶୀଘ୍ର କରୋନା କବଳରୁ ବିଶ୍ଵବାସୀଙ୍କୁ ମୁକ୍ତି ମିଳୁ।
ରାଷ୍ଟ୍ରପତି ପୁଣି କହିଛନ୍ତି ଯେ, ମୀରାଙ୍କ ଭକ୍ତି ସମସ୍ତଙ୍କ ହୃଦୟକୁ ଛୁଇଁଛି। ଭକ୍ତିରେ ପରାକାଷ୍ଠା ରହିଲେ ସ୍ଵୟଂ ଭଗବାନ ପାଖକୁ ଆସିଥାନ୍ତି। ଭକ୍ତିର ଧାରା ଦେଶ ଛାଡ଼ି ବିଦେଶକୁ ମଧ୍ୟ ପ୍ରବାହିତ ହୋଇଛି। ପ୍ରଭୁ ଶ୍ରୀଚୈତନ୍ୟଙ୍କ ଭକ୍ତି ତାର ନିଚ୍ଛକ ଉଦାହରଣ। ସବୁ ଧର୍ମ ଓ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲେ ଶ୍ରୀଚୈତନ୍ୟ। ବିଦେଶରେ ମଧ୍ୟ ଶ୍ରୀଚୈତନ୍ୟଙ୍କ ଅସଂଖ୍ୟ ଭକ୍ତ ଅଛନ୍ତି। ସେବା ଭାବ ଆମ ସଂସ୍କୃତିର ମୂଳମନ୍ତ୍ର। ଦେଶରେ କରୋନା ଯୋଦ୍ଧାଙ୍କ ଅବଦାନ ପ୍ରଶଂସନୀୟ।