ଜଳିଗଲା ୫୦ରୁ ଅଧିକ ଦୋକାନ
କେନ୍ଦୁଝର: କେନ୍ଦୁଝର ସହର ସ୍ଥିତ ଡେଲି ମାର୍କେଟରେ ଲାଗିଲା ନିଆଁ । ସୋମବାର ବଡ଼ି ଭୋରରୁ ସମୟରୁ କୌଣସି କାରଣ ବଶତଃ ଗୋଟିଏ ବାସନ ଦୋକାନରୁ ନିଆଁ ଲାଗିଥିଲା । ଧୀରେ ଧୀରେ ଏହା ପଚାଶରୁ ଅଧିକା ଦୋକାନକୁ ବ୍ୟାପି ଯାଇଥିଲା ।
ଏହି ମାର୍କେଟରେ ଲୁଗା, ବାସନ, ତେଜରାତି ଆଦି ବିଭିନ୍ନ କିସମର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ଵ ଉଠା ଓ ସ୍ଥାୟୀ ଦୋକାନ ରହିଛି । ଫଳରେ ନିଆଁ ଅତି ସହଜରେ ଦୋକାନରୁ ଦୋକାନକୁ ବ୍ୟାପି ଯାଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ରୁ ଅଧିକ ଦୋକାନରେ ନିଆଁ ଲାଗିଯାଇଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।




admin 