ଜାଣନ୍ତୁ, ଶୀତଦିନେ କେମିତି ଗୋଲାପ ଭଳି କୋମଳ ହୋଇଯିବ ଆପଣଙ୍କ ଓଠ

ଜାଣନ୍ତୁ, ଶୀତଦିନେ କେମିତି ଗୋଲାପ ଭଳି କୋମଳ ହୋଇଯିବ ଆପଣଙ୍କ ଓଠ

ଜାଣନ୍ତୁ, ଶୀତଦିନେ କେମିତି ଗୋଲାପ ଭଳି କୋମଳ ହୋଇଯିବ ଆପଣଙ୍କ ଓଠ
ଗୋଲାପି ଓଠ ଚେହେରାକୁ ଅଧିକ ସୁନ୍ଦର କରିଦେଇଥାଏ । ଖାସ୍ କରି ଯୁବତୀ ଓ ମହିଳାଙ୍କ ପାଇଁ ସୁନ୍ଦର ଓଠ ବହୁତ ଗୁରୁତ୍ୱ ରଖିଥାଏ । କିନ୍ତୁ ବଦଳୁଥିବା ପାଣିପାଗ ଯୋଗୁଁ ଏବଂ ଥଣ୍ଡା ସମୟରେ ଓଠର ସୁନ୍ଦରତା ଗାଏବ ହୋଇଯାଏ । ଶୀତ ଦିନେ ଆମେ ଚେହେରାର ଧ୍ୟାନ ରଖିଥାଉ କିନ୍ତୁ ଓଠକୁ ଅଣଦେଖା କରିଦେଉ । ଫଳରେ ଓଠ ଫାଟିଯାଏ ଏବଂ ବେଳେବେଳେ ରକ୍ତ ମଧ୍ୟ ବାହାରିଥାଏ । ଶୀତ ଦିନେ ଓଠ ଫାଟିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହିଳାମାନେ ବହୁତ ଚିନ୍ତା କରିଥାନ୍ତି । କେବଳ ମହିଳା ନୁହେଁ ବରଂ ପୁରୁଷମାନେ ମଧ୍ୟ ଏଥିପାଇଁ ବେଶ୍ ଚିନ୍ତିତ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ ଦେବୁ ଯାହା ଫଳରେ ଆପଣଙ୍କ ଓଠ ସବୁବେଳେ ସୁନ୍ଦର ଏବଂ କୋମଳ ରହିବ । ପ୍ରତିଦିନ ଆପଣାନ୍ତୁ ଏହି ଛୋଟ ଉପାୟ ପ୍ରତିଦିନ ଓଠରେ ପେଟ୍ରୋଲିୟମ୍ ଜେଲି, ଗ୍ଲିସୋରିନ୍ ଏବଂ ନଡିଆ ତେଲ ଲଗାନ୍ତୁ । ବିଶେଷଜ୍ଞଙ୍କ ଅନୁସାରେ ଶୀତରେ ସ୍କିନ୍ ଭଳି ଓଠକୁ ମଧ୍ୟ ନରମ ଆବଶ୍ୟକତା ରହିଥାଏ । ଏଥିପାଇଁ ଏହି ପାଗରେ ପାଣି, ଜୁସ୍, ଫଳ ଓ ପନିପରିବା ଅଧିକ ମାତ୍ରାରେ ସେବନ କରନ୍ତୁ । ଯଦି ଆପଣ ଘର ବାହାରକୁ କେଉଁଆଡେ ଯାଉଛନ୍ତି ତେବେ ଓଠକୁ ନରମ ରଖିବା ପାଇଁ ଏସପିଏଫ ଯୁକ୍ତ ଲିପ୍ ଗ୍ଲାସ୍ ନିଶ୍ଚୟ ଲଗାନ୍ତୁ । ଶୀତରେ ଆପଣ ଯଦି କୌଣସି ପାର୍ଟି କିମ୍ବା ବିବାହ ଉତ୍ସବକୁ ଯାଉଛନ୍ତି ତେବେ ମେଟ୍ ଲିପଷ୍ଟିକ୍ ବଦଳରେ କ୍ରିମି ଲିପିଷ୍ଟିକ୍ ଲଗାନ୍ତୁ । ଓଠର ରଙ୍ଗ ଗୋଲାପି ରଖିବା ପାଇଁ ନିୟମିତ ସ୍କ୍ରବିଂ କରନ୍ତୁ । ସ୍କ୍ରବିଂ କରିବା ଫଳରେ ଓଠର ଶୁଷ୍କ ଆସ୍ତରଣ ହଟିଯାଏ ଏବଂ ପୁଣି ଓଠ ସୁନ୍ଦର ହୋଇଯାଏ ।