ଝରାଫୁଲ ମୃତୁ୍ୟ ମାମଲା : ହତ୍ୟା ଷଡଯନ୍ତ୍ର କରିଥିଲା ରାକେଶ

ଝରାଫୁଲ ମୃତୁ୍ୟ ମାମଲା : ହତ୍ୟା ଷଡଯନ୍ତ୍ର କରିଥିଲା ରାକେଶ

ଝରାଫୁଲ ମୃତୁ୍ୟ ମାମଲା : ହତ୍ୟା ଷଡଯନ୍ତ୍ର କରିଥିଲା ରାକେଶ
ଭୁବନେଶ୍ୱର: ଝରାଫୁଲଙ୍କ ସରଳତା ନେଇ ଫସାଇଥିଲା ରାକେଶ । ଆଉ ମନ ଛାଡିଗଲା ପରେ ସମ୍ପର୍କ କାଟିବାକୁ ଚାହୁଁଥିଲା । ହେଲେ ଝରାଫୁଲ ରାକେଶକୁ ସବୁଦିନ ପାଇଁ ଜୀବନସାଥୀ କରିବାକୁ ଚାହୁଁଥିଲେ । ଝରାଫୁଲଙ୍କ ଏ ଚେଷ୍ଟା ରାକେଶ ପାଇଁ ଯେତେବେଳେ କଂଟା ହେଲା, ସେତେବେଳେ ଝରାଫୁଲଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ ଷଡଯନ୍ତ୍ର କରିଥିଲା । ଗତ ଜାନୁଆରୀ ୨୪ ତାରିଖ ଦିନ ଝରାଫୁଲ ଭୁବନେଶ୍ୱର ପହଁଚିବା ପରେ ରାକେଶଙ୍କୁ ଫୋନ କରି ଡାକିଥିଲେ । ଉଭୟ ବୁଲାବୁଲି କରିବା ପରେ ଝରାଫୁଲ ରଙ୍ଗାମାଟିଆସ୍ଥିତ ତାାଙ୍କ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ । କିନ୍ତୁ ୨୬ ତାରିଖ ଦିନ ଝରାଫୁଲଙ୍କୁ ରାକେଶ ଫୋନ କରି ଡାକିଥିଲେ । ପେଟ କାଟୁଥିବା କହି ଝରାଫୁଲ ଘରକୁ ଯିବା ପାଇଁ ବସିଥିବା ବସରୁ ଓହ୍ଲାଇ ପଡିଥିଲେ । ସେଠାରୁ ଉଭୟ ସ୍କୁଟିରେ ଯାଇଥିଲେ । ବାଟରୁ ବିୟର କିଣି ମଧୁସୂଦନ ପାର୍କକୁ ଯାଇ ସେଠାରେ ପିଇଥିଲେ । ପରେ ଏୟାର ଫିଲ୍ଡ ଥାନା ଅଂଚଳର ଏକ ଗେଷ୍ଟହାଉସରେ ବିରିୟାନି ଖାଇଥିଲେ । ହେଲେ ସେଠାରେ ଝରାଫୁଲଙ୍କର ବାନ୍ତି ହେବାରୁ ସେଠାରୁ ପଳାଇ ଆସି ଉଭୟ ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସ ରୁମ ନମ୍ବର ୨୦୧ରେ ରହିଥିଲେ । ଝରାଫୁଲ ସାମାନ୍ୟତମ ଭାବେ ସୁରାକ ପାଇ ନଥିଲେ ଯେ, ସେ ଯାହାଙ୍କୁ ଏତେ ଭଲ ପାଉଛନ୍ତି ସେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚି ିସାରିଛି । ଝରାଫୁଲ ଅସୁସ୍ଥ ଥିଲେ ମଧ୍ୟ ରାକେଶ ଏକ ନିର୍ଦ୍ଧିଷ୍ଟ ବ୍ରାଣ୍ଡର ମଦ ନେଇ ରାତିରେ ପିଇବା ପାଇଁ ବାଧ୍ୟ କରିଥିଲା । ଜବରଦସ୍ତ ପିଆଇବା ପରେ ଝରାଫୁଲ ବେହୋସ ହୋଇଯିବା ପରେ ଏକ କପଡାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା ।