ଟିକାକୁ ନେଇ ମିଛ କହିଛି ଅକ୍ସଫୋର୍ଡ !

ଟିକାକୁ ନେଇ ମିଛ କହିଛି ଅକ୍ସଫୋର୍ଡ !

ଟିକାକୁ ନେଇ ମିଛ କହିଛି ଅକ୍ସଫୋର୍ଡ !
ନୂଆଦିଲ୍ଲୀ : କରୋନା ମୁକାବିଲା ଭାରତୀୟଙ୍କ ମନରେ ଆଶା ସଞ୍ଚାର କରାଇଥିବା ଆଷ୍ଟ୍ରାଜେନେକା ଟିକା ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଏହି ଟିକାଟି ୯୦ ପ୍ରତିଶତ ଫଳପ୍ରଦ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟ ରିପୋର୍ଟରେ ପ୍ରକାଶ ପାଇଥିଲା । ତେବେ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣରେ ଟିକାଟି ୭୦ ପ୍ରତିଶତ ଫଳପ୍ରଦ ବୋଲି ରିପୋର୍ଟ ଆସିଥିଲା । ତେବେ ଟିକା ନିର୍ମାଣ ସମୟରେ କିଛି ଅସୁବିଧା କାରଣରୁ କିଛି ସ୍ଥାନରେ ଟେଷ୍ଟ ରିପୋର୍ଟ ଲୁଚା ଯାଇଥିଲା । କିଛି କିଛି ସ୍ଥାନରେ ଏହା ୬୨ ପ୍ରତିଶତ ଫଳପ୍ରଦ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଟିକା ଅଧିକ ଫଳପ୍ରଦ ହୋଇଥିବା ବେଳେ ଅପେକ୍ଷାକୃତ ବୟସ୍କଙ୍କ କ୍ଷେତ୍ରରେ ସଠିକ ଭାବରେ କାର୍ଯ୍ୟ କରୁନାହିଁ । ଏହି ଖବର ଜଣାପଡିବା ପରେ ଆଷ୍ଟ୍ରା କମ୍ପାନୀର ଅଂଶଧନ ମୂଲ୍ୟ ତଳକୁ ଖସି ଯାଇଥିଲା । ତେବେ ଭବିଷ୍ୟତରେ ସମସ୍ତ ଉପôାଦନ ସ୍ଥାନରେ ସମାନ କ୍ୱାଲିଟିର ଟିକା ଉପôାଦନ କରାଯିବ ବୋଲି ଆଷ୍ଟ୍ରାଜେନେକା ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ଟିକାର କମ ମୂଲ୍ୟ କାରଣରୁ ଭାରତରେ ଏହି ଟିକାକୁ ନେଇ କରୋନା ମୁକାବିଲାର ଆଶା ସଞ୍ଚାର ହୋଇଥିଲା ।