ଟିକା ନ ଆସିବା ଯାଏଁ ଦିଲ୍ଲୀରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ : ସତ୍ୟେନ୍ଦ୍ର ଜୈନ

ଟିକା ନ ଆସିବା ଯାଏଁ ଦିଲ୍ଲୀରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ : ସତ୍ୟେନ୍ଦ୍ର ଜୈନ

ଟିକା ନ ଆସିବା ଯାଏଁ ଦିଲ୍ଲୀରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ : ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ : ଦେଶରେ କରୋନା କାରଣରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଧୀରେ ଧୀରେ ସବୁ ଜିନିଷ କୋହଳ ହେଉଥିବାରୁ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ଖୋଲିବା ନେଇ ଆଶା କରାଯାଉଥିଲା । ତେବେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଜୈନ କହିଛନ୍ତି କରୋନା ଟିକା ନ ଆସିବା ଯାଏଁ ଦିଲ୍ଲୀର ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବାର ଅନୁମତି ପ୍ରଦାନ କରାଯିବ ନାହିଁ । ଛାତ୍ରଛା୍ତ୍ରୀଙ୍କ ସୁରକ୍ଷା ନିଶ୍ଚିତ ନ ହେବା ଯାଏଁ ସରକାର ସ୍କୁଲ ଖୋଲିବା ସମ୍ପର୍କରେ ବିଚାର କରିବେ ନାହିଁ ବୋଲି ଜୈନ କହିଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ସମାନ ମତପୋଷଣ କରିଥିଲେ । ଏହା ପୂର୍ବରୁ ଦଶମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ନିଜ ଇଚ୍ଛାରେ ସ୍କୁଲ ଯାଇ ଶିକ୍ଷକଙ୍କ ପରାମର୍ଶ ନେଇ ପାରିବେ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଦିଲ୍ଲୀରେ ସ୍କୁଲ ଗୁଡିକ ମାର୍ଚ୍ଚ ୧୬ ତାରିଖରୁ ବନ୍ଦ ରହିଛି ।