ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା :ନୂତନ ଜର୍ସିରେ ପଡିଆକୁ ଓହ୍ଲାଇବେ ଉଭୟ ଦଳ

ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା :ନୂତନ ଜର୍ସିରେ ପଡିଆକୁ ଓହ୍ଲାଇବେ ଉଭୟ ଦଳ

ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା :ନୂତନ ଜର୍ସିରେ ପଡିଆକୁ ଓହ୍ଲାଇବେ ଉଭୟ ଦଳ
ସିଡନୀ : ଆସନ୍ତା କାଲି ଠାରୁ ଆରମ୍ଭ ହେବ ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ଚାରି ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ଫ୍ୟାନ ବେଶ ଉତ୍ସାହିତ ଅଛନ୍ତି । ଏହା ସହିତ କରୋନା ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ମିଳିବ । ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ମ୍ୟାଚ ଖେଳାଯିବ । ଉଭୟ ଦଳ ନିଜ ନିଜର ଜର୍ସି ପରିବର୍ତ୍ତନ କରିଥିବା ବେଳେ ନୂତନ ଜର୍ସିରେ ନଜର ଆସିବେ ଭାରତ ଏବଂ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ନିଜର ଅନ୍ତିମ ଦୁଇ ମ୍ୟାଚରେ ଗୋଟିଏ ଲେଖାଏଁ ପରାଜୟ ଓ ବିଜୟ ହାସଲ କରିଥିବା ବେଳେ ଭାରତ ଦୁଇଟି ବିଜୟ ହାସଲ କରିଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶିଖର ଧୱନଙ୍କ ସହିତ ମୟଙ୍କ ଅଗ୍ରୱାଲ/ କେ ଏଲ ରାହୁଲ ଓପନ କରି ପାରନ୍ତି । ଚାରି ନମ୍ବରରେ ଶ୍ରେୟସ ଆୟର ଖେଳିବା ନିଶ୍ଚିତ ରହିଥିବା ବେଳେ ଅଲରାଉଣ୍ଡର ଭାବରେ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଖେଳିବେ । ପେସ ବୋଲିଂରେ ଯଶପ୍ରୀତ ବୁମରା ଏବଂ ମହମ୍ମଦ ସାମିଙ୍କ ସ୍ଥାନ ନିଶ୍ଚିତ ହୋଇଥିବା ବେଳେ ତୃତୀୟ ପେସର ଭାବରେ ନବଦୀପ ସାଇନିଙ୍କୁ ଖେଳାଇପାରେ ଭାରତ । ସେହିପରି ଆଇପିଏଲ ଫର୍ମକୁ ଦେଖିଲେ ଦ୍ୱିତୀୟ ସ୍ପିନର ଭାବରେ ଦଳରେ ସ୍ଥାନ ପାଇ ପାରନ୍ତି ୟୁଜବେନ୍ଦ୍ର ଚହଲ । ଅପରପକ୍ଷରେ ଅଷ୍ଟ୍ରେଲିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ଷ୍ଟିଭ ସ୍ମିଥ । ସ୍ମିଥଙ୍କ ପ୍ରତ୍ୟାବର୍ତ୍ତନରେ ତିନି ନମ୍ବର ସ୍ଥାନ ଛାଡିବେ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ । ତେବେ ଆଇପିଏଲରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଫର୍ମ ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । ସମ୍ଭାବ୍ୟ ଏକାଦଶ : ଅଷ୍ଟ୍ରେଲିଆ : ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁସାନେ, ମାର୍କସ ଷ୍ଟୋଇନିସ, ଆଲେକ୍ସ କେରୀ, ଗ୍ଲେନ ମ୍ୟାକ୍ସୱେଲ, ପ୍ୟାଟ କମିନସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜେଲଉଡ । ଭାରତ : ଶିଖର ଧୱନ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେ ଏଲ ରାହୁଲ, ହାର୍ଦ୍ଧିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ନବଦୀପ ସାଇନି, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମରା ।