ଦିନେ ଥିଲେ ଭିକାରୀ ଆଜି କୋଟିପତି

ଦିନେ ଥିଲେ ଭିକାରୀ ଆଜି କୋଟିପତି

ଦିନେ ଥିଲେ ଭିକାରୀ ଆଜି କୋଟିପତି
ଉତ୍ତରପ୍ରଦେଶ ସ୍ଥିତ ଆଜମଗଡ଼ ନିବାସୀ ଧନଞ୍ଜୟ ଠାକୁର ହରିୟାଣାରେ ଥିବା ଅମ୍ବାଲା କ୍ୟାଣ୍ଟର ଏକ ପୁରୁଣା ମଣ୍ଡି ନିକଟରେ ପ୍ରାୟ ଦୁଇ ବର୍ଷ ହେବ ଭିକ ମାଗୁଥିଲେ । ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ଅତ୍ୟଧିକ ନିଶା ସେବନ କାରଣରୁ ତାଙ୍କ ମାନସିକ ଅବସ୍ଥା ଖରାପ ହୋଇଯାଇଥିଲା । ଭିକ ମାଗିବା ସମୟରେ ଦିନେ ଧନଞ୍ଜୟଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଗୀତା ଗୋପାଳ ସଂସ୍ଥା ତାଙ୍କର ଚିକିତ୍ସା କରିଥିଲେ । ସଂସ୍ଥାର ଜଣେ ସଦସ୍ୟ ଧନଞ୍ଜୟଙ୍କୁ ନାମ ପଚାରିଥିଲ । ମାନସିକ ଅବସ୍ଥା ଖରାପ ଥିବା କାରଣରୁ ତାଙ୍କର କିଛି ମନେ ନଥିଲା । କିନ୍ତୁ ଘରର ଟେଲିଫୋନ ନମ୍ବର ମନେ ଥିଲା । ସଦସ୍ୟ ଜଣଙ୍କ ଏହା ଜାଣିବା ପରେ ସେହି ନମ୍ବରକୁ କଲ କରିଥିଲେ । ଏହା ପରେ ଧନଞ୍ଜୟଙ୍କ ବାସ୍ତବ ପରିଚୟ ମିଳିଥିଲା । ତାଙ୍କ ପିତା କୋଲକତାରେ ଏକ ବଡ଼ କମ୍ପାନୀରେ ଏଚଆର । ଏହା ସହିତ ଧନଞ୍ଜୟଙ୍କ ନିଜର ୟୁପିରେ ଏକ କମ୍ପାନୀ ମଧ୍ୟ ରହିଛି । ତାଙ୍କର ଦୁଇ ଜଣ ଭଉଣୀ ଅଛନ୍ତି । ଘରର ଏକମାତ୍ର ପୁଅ ଥିବାରୁ ତାଙ୍କୁ ସମସ୍ତେ ସ୍ନେହ କରନ୍ତି । ଗ୍ରାଜୁଏସନ ପାଠ ପଢ଼ିବା ସମୟରୁ ଧନଞ୍ଜୟ ନିଶା ସେବନ କରିବା ଆରମ୍ଭ କରିଦେଇଥିଲେ । ପରବର୍ତ୍ତୀ ସମୟରେ ନିଶା ସେବନ କରିବା ତାଙ୍କର ଅଭ୍ୟାସ ପାଲଟି ଯାଇଥିଲା । ଫଳରେ ତାଙ୍କ ମାନସିକ ଅବସ୍ଥା ଖରାପ ହେବାକୁ ଲାଗିଲା । ଦିନେ ସେ ଘରୁ କେଉଁ ଆଡକୁ ଚାଲିଯାଇଥିଲେ । ଘର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ । ଧନଞ୍ଜୟଙ୍କ ଖବର ମିଳିବା ପରେ ଭାଇଙ୍କୁ ନେବାକୁ ଦୁଇ ଭଉଣୀ ଏବଂ ତାଙ୍କ ଦାଦା ହରିୟାଣାରୁ ଦୌଡ଼ି ଆସିଥିଲେ । ମର୍ସିଡିଜ୍ କାରରେ ବସାଇ ଭାଇଙ୍କୁ ଘରକୁ ନେଇଯାଇଥିଲେ ।