ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ ମାସ ଜେଲଦଣ୍ଡ

ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ ମାସ ଜେଲଦଣ୍ଡ

ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ ମାସ ଜେଲଦଣ୍ଡ
ନୂଆଦିଲ୍ଲୀ : ୨୦୧୫ ମସିହାରେ ପୂର୍ବ ଦିଲ୍ଲୀର ଜଣେ ବିଲ୍ଡରଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରି ଚଢ଼ଉ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲଙ୍କ ସମେତ ୬ ଜଣଙ୍କୁ ୬ ମାସ ଜେଲଦଣ୍ଡ ହୋଇଛି । ୨୦୧୫ ଫେବ୍ରୁଆରି ୬ ତାରିଖରେ ତଥା ଦିଲ୍ଲୀ ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ବିବେକ ବିହାରରେ ମନୀଶ ଘାଇ ନାମକ ଜଣେ ବିଲଡରଙ୍କ ବାସଭବନରେ ଗୋଏଲ୍ ଏବଂ ତାଙ୍କ ସମର୍ଥକମାନେ ଅନଧିକାର ପ୍ରବେଶ କରି ଚଢ଼ଉ କରିଥିଲେ । ଏହି ମାମଲାରେ ଦିଲ୍ଲୀ କୋର୍ଟ ଗତ ୧୧ ତାରିଖରେ ରାମ ନିବାସ ଗୋଏଲ୍, ହିତେଶ ଖାନ୍ନା, ଅତୁଲ ଗୁପ୍ତା, ବଲବୀର ସିଂହଙ୍କୁ ଆଇପିସିର ଧାରା ୪୪୮ ଅଧୀନରେ ଦୋଷୀସାବ୍ୟସ୍ତ କରିଥିଲେ । ଗୋଏଲଙ୍କ ପୁଅ ସୁମିତ ଗୋଏଲ୍ ମଧ୍ୟ ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି । ସମସ୍ତଙ୍କୁ କୋର୍ଟ ୬ ମାସ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ ମଧ୍ୟ ୧୦,୦୦୦ ଟଙ୍କାର ଜାମିନ ମୁଚାଲିକାରେ ସମସ୍ତଙ୍କୁ ଜାମିନ ମଞ୍ଜୁର ହୋଇଛି ।