ଦୁଇ ଭଉଣୀ ହାରିଗଲେ

ଦୁଇ ଭଉଣୀ ହାରିଗଲେ

ଦୁଇ ଭଉଣୀ ହାରିଗଲେ
ଭୁବନେଶ୍ୱର: ପରିବାରବାଦ ରାଜନୀତିରେ ଚଳିତ ନିର୍ବାଚନରେ ବହୁ ପରିବାରରୁ ଏକାଧିକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଚର୍ଚ୍ଚାରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ । ଦୁଇ ଭଉଣୀ ହୋଇଥିଲେ ମଧ୍ୟ ଦୁଇ ଜଣ ଭିନ୍ନ ଭନ୍ନ ଦଳରୁ ପ୍ରତିଦ୍ୱନ୍ଦିତା କରିଥିଲେ । ହେମାନନ୍ଦଙ୍କ ବଡ ଝିଅ ସୁନିତା ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ବିଜେଡିରୁ ଲୋକସଭା ପ୍ରାର୍ଥି ମଧ୍ୟ ହୋଇଥିଲେ । ତେବେ ସୁନ୍ଦରଗଡ ଆସନରେ ବିଜେପିର ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ୨ଲକ୍ଷରୁ ଅଧିକ ଭୋଟରେ ସୁନିତାଙ୍କୁ ହରାଇଛନ୍ତି । ସେହିପରି ସୁନିତାଙ୍କ ସାନ ଝିଅ ଅମିତା ବିଶ୍ୱାଳ ସୁନ୍ଦରଗଡ ବିଧାନସଭାରୁ ପ୍ରାର୍ଥୀ ହୋଇଥିଲେ । ସେହି ଆସନରୁ କୁସୁମ ଟେଟେ ଜିତିବା ପରେ ଅମିତା ବିଶ୍ୱାଳ ଓ ଯୋଗେଶ ସିଂହ ହାରିଥିଲେ ।