ଦୁଇ ଯବାନଙ୍କର ମୃତ ଦେହ ଉଦ୍ଧାର

ଦୁଇ ଯବାନଙ୍କର ମୃତ ଦେହ ଉଦ୍ଧାର

ଦୁଇ ଯବାନଙ୍କର ମୃତ ଦେହ ଉଦ୍ଧାର
ନୂଆଦିଲ୍ଲୀ: ଭାରତ ଓ ତବତ୍ ସୀମାନ୍ତ ଡୋଗରୀ ନାଳ ହିମଖଣ୍ଡରେ ଦବି ରହିଥିବା ୨ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ୨୨ ଦିନ ପରେ ଉଦ୍ଧାର କରାଯାଇଥିଲା । ଦୁଇ ମୃତ ଯବାନ ହେଉଛନ୍ତି ହିମାଚଳ ପ୍ରଦେଶ ବିଦେଶ କୁମାର ଏବଂ ଜମ୍ମୁର ଅର୍ଜ୍ଜୁନ । ଗତ ଜାନୁଆରୀ ୨୦ ତାରିଖରେ ଡୋଗରୀ ନାମକ ସ୍ଥାନରେ ସେନାର ୬ ଜଣ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ହିମସ୍ରୋତ ମାଡି ଆସିଥିଲା । ଏଥିରେ ଯବାନମାନେ ଫସି ଯାଇଥିଲେ । ଦୁର୍ଘଟଣା ପରେ ୪ ଜଣ ଯବାନଙ୍କ ମୃତଦେହ ଜବତ ହୋଇଥିବା ବେଳେ ୨ ଜଣ ନିଖୋଜ ଥିଲେ । ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଗୁରୁବାର ସକାଳେ ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ସହ ୨୩ ଦିନ ଧରି ଚାଲିଥିବା ଖୋଜଥିବା ସମାପ୍ତ ହୋଇଛି ।