ବିଜେଡିରୁ ବଳଭଦ୍ର ମାଝୀଙ୍କ ଇସ୍ତଫା

ବିଜେଡିରୁ ବଳଭଦ୍ର ମାଝୀଙ୍କ ଇସ୍ତଫା

ବିଜେଡିରୁ ବଳଭଦ୍ର ମାଝୀଙ୍କ ଇସ୍ତଫା
ଭୁବନେଶ୍ୱର: ବିଜେଡିକୁ ଲାଗିଲା ଶକ୍ତ ଝଟକା । ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର ମାଝୀ । ନବରଙ୍ଗପୁରର ସାଂସଦ ଥିଲେ ବଳଭଦ୍ର । ବଳଭଦ୍ର କହିଛନ୍ତି ଦଳ ତାଙ୍କୁ ଅଣଦେଖା କରିବାରୁ ବାଧ୍ୟ ହୋଇ ଦଳ ଛାଡିଲେ । କୌଣସି ଦଳ ସହ ତାଙ୍କର ଯୋଗାଯୋଗ ନାହିଁ । ସେ ଆଗକୁ କଣ କରିବେ ତାହା ନିଷ୍ପତି ନେଇ ନାହାନ୍ତି । ଲୋକଙ୍କ ସେବା ପାଇଁ ଆସିଥିଲେ ତାଙ୍କ ସେବାରେ ହିଁ ରହିବି ବୋଲି କହିଛନ୍ତି ଶ୍ରୀ ମାଝୀ । ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ ନବରଙ୍ଗପୁରରୁ ରମେଶ ଚନ୍ଦ୍ର ମାଝୀଙ୍କୁ ସାଂସଦ ପ୍ରାର୍ଥୀ କରିବା ପାଇଁ ବିଜେଡି ଯୋଜନା କରୁଥିବାରୁ ଏହାର ପ୍ରତିବାଦରେ ସେ ଦଳ ଛାଡ଼ିଥିବା କୁହାଯାଉଛି । ଗତ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ଏହା ସତ୍ୱେ ତାଙ୍କୁ ସବୁ ବେଳେ ଅଣଦେଖା କରାଯାଉଛି । ଏନେଇ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି ସେ କହିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଉକ୍ତ ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି । ଆପଣ ଓ ମୋ ଭିତରେ ଦୂରତା ବଢୁଥିବା ଅନୁଭବ କଲି । କିଛି ଲୋକ ଆପଣଙ୍କୁ ବିଭାନ୍ତ କରିଥିବା ମୁଁ ନିଶ୍ଚିନ୍ତ ବୋଲି ବଳଭଦ୍ର ଉକ୍ତ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଇସ୍ତଫା ପରେ ସେ ଏବେ କେଉଁ ଦଳକୁ ଯିବେ ସେ ନେଇ କିଛି ଜଣାପଡ଼ିନାହିଁ ।