ନବୀନ କହିଲେ, ବୈଜୟନ୍ତ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛନ୍ତି

ନବୀନ କହିଲେ, ବୈଜୟନ୍ତ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛନ୍ତି

ନବୀନ କହିଲେ, ବୈଜୟନ୍ତ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛନ୍ତି
ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ ପଣ୍ଡାଙ୍କ ହାତ ରହିଛି । ଏନଡ଼ିଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ପାଇଁ ବୈଜୟନ୍ତ ପଣ୍ଡା ଏଭଳି ଗୁଜବ ପ୍ରସାରିତ କରୁଥିଲେ । ଏନଡ଼ିଟିଭିର ସାମ୍ବାଦିକ ଶ୍ରୀନିବାସନ ଜୈନ ନିଜ ଟ୍ୱିଟରେ ଏହା ଉଲ୍ଳେଖ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତକାର ସୋମବାର ରାତି ୮ଟା ୩୦ରେ ପ୍ରସାରିତ ହେବ । ସାକ୍ଷାତକାର ବେଳେ ନବୀନ ବିଜେପିକୁ ସାମ୍ପ୍ରଦାୟିକ ଦଳ ବୋଲି କହୁଛନ୍ତି । ଅପରପକ୍ଷରେ ନବୀନଙ୍କ ଫିଟନେସ ଭିଡ଼ିଓକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଶ୍ରୀ ଜୈନ ନବୀନ ବ୍ୟାୟାମ କରୁଥିବାବେଳେ ସାକ୍ଷାତକାର ନେଇଛନ୍ତି ।