ପାକିସ୍ତାନରେ ଅଦା କିଲୋ ୧୦୦୦ ଟଙ୍କା, ଅଣ୍ଡା ଗୋଟାକ ୩୦, ଚିନି କିଲୋ ୧୦୪, ଗହମ କିଲୋ ୬୦

ପାକିସ୍ତାନରେ ଅଦା କିଲୋ ୧୦୦୦ ଟଙ୍କା, ଅଣ୍ଡା ଗୋଟାକ ୩୦, ଚିନି କିଲୋ ୧୦୪, ଗହମ କିଲୋ ୬୦

ପାକିସ୍ତାନରେ ଅଦା କିଲୋ ୧୦୦୦ ଟଙ୍କା, ଅଣ୍ଡା ଗୋଟାକ ୩୦, ଚିନି କିଲୋ ୧୦୪, ଗହମ କିଲୋ ୬୦
ଇସଲମାବାଦ: ପାକିସ୍ତାନରେ ଏବେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଏହା ଯୋଗୁ ସାଧାରଣ ଲୋକଙ୍କ ମୁଣ୍ଡ ଉପରେ ଆର୍ଥିବ ବୋଝ ପଡିଛି । ଇମ୍ରାନ ଖାନ ସରକାର ଆସିବା ପରଠାରୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରଣରେ ରଖିପାରୁନାହାନ୍ତି । ଗୋଟଏ ପଟରେ ଦେଶରେ ଘରୋଇ ଗ୍ୟାସର ଯୋଗାଣ ହ୍ରାସ ପାଇଥିଲା ବେଳେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ପାକ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏବେ ସେଠାରେ ଅଣ୍ଡା ଗୋଟାକ ୩୦ ଟଙ୍କାରେ ବିକି୍ର ହେଉଛି । ଦେଶରେ ଅଧିକାଂଶ ଭାଗରେ ଚିକେନ କିଲୋ ୩୦୦ ଟଙ୍କାରେ ପହଞ୍ଚିଛି । କେବଳ ଚିକେନ ଓ ଅଣ୍ଡା ଦାମ ନୁହେଁ, ବରଂ ଅଧିକାଂଶ ଖାଦ୍ୟ ଦ୍ରବ୍ୟର ମୂଲ୍ୟରେ ଅହେତୁକ ବୃଦ୍ଧି ହୋଇଛି । ଚିନି କିଲୋ ପ୍ରତି ୧୦୪ ଟଙ୍କାରେବ ବିକି୍ର ହେଉଥିବା ବେଳେ ଗହମ କିଲୋ ୬୦ ଟଙ୍କା ରହିଛି । ପାକିସ୍ତାନରେ ଏବେ ଅଦା କିଲୋ ୧୦୦୦ ଟଙ୍କାରେ ବିକି୍ର ହେଉଛି । ଏପରି ଚଢ଼ା ଦର ଯୋଗୁ ସାଧାରଣ ଲୋକ ମୁଣ୍ଡରେ ହାତ ଦେଉଛନ୍ତି । ତେଣେ ଦେଶରେ ଏବେ ଘରୋଇ ଗ୍ୟାସର ଅଭାବ ମଧ୍ୟ ଦେଖାଦେଲାଣି ।