୨୦୨୧ ରେ ୭୨ ଦିନ ଛୁଟି ରହିବ ଡିଗ୍ରୀ କଲେଜ

୨୦୨୧ ରେ ୭୨ ଦିନ ଛୁଟି ରହିବ ଡିଗ୍ରୀ କଲେଜ

୨୦୨୧ ରେ ୭୨ ଦିନ ଛୁଟି ରହିବ ଡିଗ୍ରୀ କଲେଜ
ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ଅଧୀନ ସମସ୍ତ ଡିଗ୍ରୀ କଲେଜ ପାଇଁ ୨୦୨୧ ବର୍ଷର ପ୍ରୋଭିଜନାଲ ଛୁଟି ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ୨୦୨୧ ରେ ମୋଟ ୭୨ ଦିନ ଛୁଟି ରହିଛି । ସେହିପରି ଗ୍ରୀଷ୍ମ ଅବକାଶ ଛୁଟି ମେ’୬ ରୁ ଜୁନ ୧୭ ପର୍ଯ୍ରନ୍ତ ସର୍ବାଧିକ ୩୫ ଦିନ ଦିଆଯାଇଛି । ପୂଜା ପାଇଁ ଅକ୍ଟୋବର ୧୧ ରୁ ୨୦ ପର୍ଯ୍ୟନ୍ତ ୯ ଦିନ ଛୁଟି ଦର୍ଶାଯାଇଛି । ରବିବାର ଛୁଟି ଗୁଡ଼ିକୁ ଛୁଟି ତାଲିକାରୁ ବାଦ ଦିଆଯାଇଛି । ୭୨ଟି ଛୁଟିକୁ ବାଦ ଦେଇ କଲେଜ ଅଧ୍ୟକ୍ଷକମାନେ ଦୁଇ ଦିନ ସ୍ଥାନୀୟ ଛୁଟି ବା ଲୋକାଲ ହଲି ଡେ ବୋଲି ଘୋଷଣା କରିପାରିବେ । ଏ ସମ୍ପର୍କରେ ଆଞ୍ଚଳିକ ଶିକ୍ଷା ନିଦେ୍ର୍ଧଶକଙ୍କୁ ସୂଚିତ କରିବାକୁ ପଡ଼ିବ ବୋଲି ପରର୍ଫମାନ୍ସ ଟ୍ରାକିଂ ସେଲ ଉପନିଦେ୍ର୍ଧଶକ ରାଜେଶ କୁମାର ସାହୁ ସୂଚନା ଦେଇଛନ୍ତି ।