ପିଆଜରୁ ବ୍ୟାପୁଛି ନୂତନ ରୋଗ : ଆମେରିକାରେ ୫୦୦ ଜଣ ଆକ୍ରାନ୍ତ
ପିଆଜରୁ ବ୍ୟାପୁଛି ନୂତନ ରୋଗ : ଆମେରିକାରେ ୫୦୦ ଜଣ ଆକ୍ରାନ୍ତ
admin
Aug 7, 2020 - 07:30
Updated: Aug 7, 2020 - 07:30
ନୂଆଦିଲ୍ଲୀ : କରୋନା ଭାଇରସ୍ ବିଶ୍ୱରେ ନିଜର ଆତଙ୍କ ମଚାଇଥିବା ବେଳେ ଏହା ମଧ୍ୟରେ ଆଉ ଏକ ନୂତନ ରୋଗ ବ୍ୟାପିବାରେ ଲାଗିଛି । ତେବେ ଏହା କୌଣସି ଭାଇରସ୍ ନୁହେଁ ବରଂ ଏକ ଜୀବାଣୁ ଦ୍ୱାରା ହେଉଛି । ସାଲମୋନେଲା ନାମକ ଜୀବାଣୁ ଦ୍ୱାରା ଏହି ନୂତନ ରୋଗ ବ୍ୟାପିବାରେ ଲାଗିଛି । ପିଆଜ ଦ୍ୱାରା ଆମେରିକାରେ ଏହି ଜୀବାଣୁର ସଂକ୍ରମଣ ବଢିବାରେ ଲାଗିଛି । ବିଗତ ଏକ ସପ୍ତାହ ମଧ୍ୟରେୁ ପ୍ରାୟ ୫୦୦ ଜଣ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ଭାଇରସ୍ ପ୍ରଭାବରେ ଆମେରିକା ସମେତ କାନାଡା ଏବଂ କାଲିଫର୍ଣ୍ଣିଆରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାନାଡାରେ ସାଲମୋନେଲା ସମ୍ପୃକ୍ତ ୧୧୪ଟି ମାମଲା ସମ୍ମୁଖକୁ ଆସିଥିବା ବେଳେ ଏହା ମଧ୍ୟରୁ ୧୬ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଯୁକ୍ତରାଷ୍ଟ୍ର ଆମେରିକାରୁ ୩୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରୁ ୫୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ଓରେଜନରୁ ୭୧, ଉଟାହରୁ ୬୨ ଏବଂ କାଲିଫର୍ଣ୍ଣିଆରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକୀୟ ସଂସ୍ଥା ଏଫ୍ଡିଏ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ସାଲମୋନେଲା ହେଉଛି ଏପରି ଏକ ଜୀବାଣୁ ଯାହାକି ଆମ ଶରୀରର ଅନ୍ତ୍ରନାଳିରେ ରହିଥାଏ । ଏହି ଜୀବାଣୁ ପ୍ରଭାବରେ ପେଟ ଖରାପ ହେବା ସହିତ ଅଧିକ ସଂକ୍ରମିତ ହୋଇ ଡାଇରିଆର ରୂପ ନେଇଥାଏ ।