ପ୍ରତାପ ଜେନା ହସ୍ପିଟାଲରେ

ପ୍ରତାପ ଜେନା ହସ୍ପିଟାଲରେ

ପ୍ରତାପ ଜେନା ହସ୍ପିଟାଲରେ


ଭୁବନେଶ୍ୱର: ପଂଚାୟତିରାଜ, ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ଅଚାନକ ଅସୁସ୍ଥତା ଯୋଗୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ହୃତପିଣ୍ଡରେ ଦୁଇଟି ଆର୍ଟେରି ବ୍ଲକେଜ ଥିବା ଜଣାପଡ଼ିଥିଲା । ତୁରନ୍ତ ଅସ୍ତ୍ରୋପଚାର କରି ତାଙ୍କ ହୃତପିଣ୍ଡରେ ଦୁଇଟି ଷ୍ଟେଣ୍ଟ ଲଗାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ଦୁଇଦିନ ତାଙ୍କୁ ଅବଜରଭେସନରେ ରଖାଯିବ । ଗତକାଲି ଅପରାହ୍ନରେ ସେ ନିଃଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ଦ୍ରୁତ ଆରୋଗ୍ୟ ପାଇଁ ତାଙ୍କ ଶୁଭେଚ୍ଛୁ, ସମର୍ଥକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।