ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିଲେ ରୋହିତ ଓ ଇଶାନ୍ତ

ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିଲେ ରୋହିତ ଓ ଇଶାନ୍ତ

ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିଲେ ରୋହିତ ଓ ଇଶାନ୍ତ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ ୪ ଦିନ ମଧ୍ୟରେ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ ଖେଳିବ । ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ମିଳିଛି । ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚରୁ ବାଦ ପଡିଛନ୍ତି ରୋହିତ ଶର୍ମା ଏବଂ ଇଶାନ୍ତ ଶର୍ମା । ଉଭୟ ଖେଳାଳି ଆଇପିଏଲ ଖେଳୁଥିବା ସମୟରେ ଆହତ ହୋଇଥିଲେ । ଉଭୟ ଖେଳାଳି ବର୍ତ୍ତମାନ ଏନସିଏରେ ଅଭ୍ୟାସ ମଧ୍ୟ କରୁଛନ୍ତି । ରୋହିତଙ୍କ ହାର୍ମଷ୍ଟ୍ରିଙ୍ଗରେ ଆଘାତ ଲାଗିଥିବା ବେଳେ ଇଶାନ୍ତଙ୍କ ପଞ୍ଜରା ହାଡରେ ଆଘାତ ଲାଗିଛି । ଡିସେମ୍ବର ୮ ସୁଦ୍ଧା ରୋହିତ ଶର୍ମା ଫିଟ ହେବାର ଆଶା କରାଯାଉଛି । ମାତ୍ର ଇଶାନ୍ତଙ୍କ ଫିଟନେସକୁ ନେଇ ଏବେବି ଆଶଙ୍କାରେ ରହିଛି ବିସିସିଆଇ । ୮ ତାରିଖରେ ଯଦି ରୋହିତ ଅଷ୍ଟ୍ରେଲିଆ କରନ୍ତି ତେବେ ବି ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିବା ନିଶ୍ଚିତ । ଅଷ୍ଟ୍ରେଲିଆରେ ୧୪ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ ରହିଥିବାରୁ ଏପରି ପରସ୍ଥିତି ଉପୁଜିଛି । ଯଦି ରୋହିତ ସମ୍ପୂର୍ଣ୍ଣ ସିରିଜ ପାଇଁ ଅନୁପସ୍ଥିତ ରୁହନ୍ତି ତେବେ ଶ୍ରେୟସ ଆୟରଙ୍କୁ ତାଙ୍କ ସ୍ଥାନରେ ସାମିଲ କରାଯିବ । ଅପର ପକ୍ଷରେ ଇଶାନ୍ତଙ୍କ ଆଘାତ ସମସ୍ୟା ଅଧିକ ଗମ୍ଭୀର ହୋଇଥିବା ବେଳେ ତାଙ୍କ ଫିଟନେସକୁ ନେଇ ମଧ୍ୟ ଦ୍ୱନ୍ଦ ରହିଛି । ସେହିପରି ରୋହିତ ଶର୍ମା ଆଇପିଏଲ ଶେଷ ପର୍ଯ୍ୟନ୍ତ ମ୍ୟାଚ ଖେଳିଥିବା ବେଳେ ଇଶାନ୍ତ ସମ୍ପୂର୍ଣ୍ଣ ଭାବରେ କ୍ରିକେଟରୁ ଦୂରେଇ ରହିଛନ୍ତି । ତେବେ ବୋର୍ଡ ପକ୍ଷରୁ ଇଶାନ୍ତଙ୍କ ବଦଳ ଖେଳାଳି ଘୋଷଣା କରାଯାଇନାହିଁ । ଇଶାନ ପୋରେଲ, କାର୍ତ୍ତିକ ତ୍ୟାଗୀ ଏବଂ କମଲେଶ ନାଗରକୋଟି ନେଟ୍ସ ବୋଲର ଭାବରେ ଭାରତୀୟ ଦଳ ସହିତ ରହିଛନ୍ତି ।