ପ୍ରଥମ ରାଜ୍ୟ ଭାବରେ ମାସ୍କ ବାଧ୍ୟତାମୂଳକ ଆଇନ ପ୍ରଣୟନ କଲା ରାଜସ୍ଥାନ

ପ୍ରଥମ ରାଜ୍ୟ ଭାବରେ ମାସ୍କ ବାଧ୍ୟତାମୂଳକ ଆଇନ ପ୍ରଣୟନ କଲା ରାଜସ୍ଥାନ

ପ୍ରଥମ ରାଜ୍ୟ ଭାବରେ ମାସ୍କ ବାଧ୍ୟତାମୂଳକ ଆଇନ ପ୍ରଣୟନ କଲା ରାଜସ୍ଥାନ
ଜୟପୁର : କରୋନା ସଂକ୍ରମଣ ଦେଶରେ ଲାଗି ରହିଥିବା କାରଣରୁ ମାନ୍ନ ପିନ୍ଧିଲେ ଫାଇନ ଆଦାୟ କରାଯାଉଛି । ତେବେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇନାହିଁ କିମ୍ବା ଏହାକୁ ନେଇ କୌଣସି ଆଇନ ପ୍ରଣୟନ କରାଯାଇନାହିଁ । ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ ଏ ସମ୍ପର୍କିତ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ନୂତନ ଆଇନ ଅନୁଯାୟୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ନୋ ମାସ୍କ ନୋ ଏଣ୍ଟ୍ରି ନିୟମ ଲାଗୁ କରାଯାଇଛି । କୋଭିଡ ସମସ୍ୟାର ମୁକାବିଲା ପାଇଁ ରବିବାର ୨୦୦୦ ନୂତନ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ସେହିପରି ଦୀପାବଳିରେ ବାଣ ବିକ୍ରି ଊପରେ ମଧ୍ୟ କଟକଣା ଜାରି କରାଯାଇଥିବା ନେଇ ଗେହଲଟ ଟ୍ୱିଟ କରି ସୂଚନା ଦେଇଛନ୍ତି । ରାଜ୍ୟରେ ବାୟୁ ପ୍ରଦୂଷଣ ଅଧିକ ରହିଥିବାରୁ ସରକାର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେବେ ନାହିଁ ବୋଲି ଗେହଲଟ କହିଛନ୍ତି । ଶୁଦ୍ଧ ଏବଂ ସ୍ୱଚ୍ଛ ବାୟୁମଣ୍ଡଳ ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ “ଶୁଦ୍ଧ କେଲିଏ ୟୁଦ୍ଧ” ମିଶନର ପ୍ରାରମ୍ଭ ମଧ୍ୟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନରେ ସୋମବାର ସୁଦ୍ଧା ୧୯୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ହଜାର ୨୫୫ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।