ଫାଇଜର ଟିକା ନେଇ ୨ ଜଣ ଅସୁସ୍ଥ : ଚେତାବନୀ ଜାରି କଲା ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ

ଫାଇଜର ଟିକା ନେଇ ୨ ଜଣ ଅସୁସ୍ଥ : ଚେତାବନୀ ଜାରି କଲା ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ

ଫାଇଜର ଟିକା ନେଇ ୨ ଜଣ ଅସୁସ୍ଥ : ଚେତାବନୀ ଜାରି କଲା ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ
ନୂଆଦିଲ୍ଲୀ : ବ୍ରିଟେନରେ ଆରମ୍ଭ ହୋଇ ସାରିଛି ଟିକାକରଣ । ଫାଇଜର ଟିକାକୁ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଟିକାକରଣରେ ଏକ ନୂତନ ସମସ୍ୟା ସମ୍ମୁଖକୁ ଆସିଛି । ଫାଇଜର ଟିକା ନେଇ ଦୁଇ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବାର ଖବର ସମ୍ମୁଖକୁ ଆସିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଅସୁସ୍ଥ ହୋଇଥିବା ଦୁଇ ବ୍ୟକ୍ତି ସ୍ୱାସ୍ଥ୍ୟ କର୍ମୀ ଏବଂ ଟିକା ନେବାର ୨୪ ଘଣ୍ଟା ମଧ୍ୟରେ ଉଭୟ ଅସୁସ୍ଥ ହୋଇ ପଡିଥିଲେ । ଉଭୟ ସ୍ୱାସ୍ଥ୍ୟକର୍ମୀଙ୍କ ଅବସ୍ଥା ସୁଧୁରୁଥିବା ନେଇ ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏହି ଘଟଣା ଉପରେ ଭାରତର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ନଜର ରଖାଯାଇଛି । ଏହା ପୂର୍ବରୁ ଡିସେମ୍ବର ୪ ତାରିଖରେ ଡିସିଜିଆଇ ନିକଟରେ ଟିକାର ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରାଯାଇଥିଲା । ଭାରତରେ କୌଣସି ଟିକାର ବ୍ୟବହାର ପାଇଁ ରହିଥିବା ନିୟମ ଫାଇଜର ପାଳନ କରିନାହିଁ । ଭାରତରେ ଟିକାର କ୍ଲିନିକାଲ ଟ୍ରାଏଲ ହୋଇନଥିବା କାରଣରୁ ଏହି ଟିକାକୁ ଅନୁମତି ମିଳିବା ଅସମ୍ଭବ ମନେ ହେଉଥିବା ବେଳେ ଅସୁସ୍ଥତା ଘଟଣା ଏହି ଆଶଙ୍କାକୁ ଆହୁରି ଦୃଢୀଭୂ୍ତ କରିଛି । ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନୀ କମ୍ପାନୀ ବାୟୋଏନଟେକ୍ ପକ୍ଷରୁ ଫାଇଜର ଟିକା ନିର୍ମାଣ କରାଯାଇଛି । ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସୁଦ୍ଧା ଟିକାଟି ୯୫ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ତେବେ ଏହି ଟିକାର ମୁଲ୍ୟ ଅପେକ୍ଷାକୃତ ଅଧିକ ହୋଇଥିବାରୁ ଭାରତୀୟ ବଜାରରେ ଏହାର ଉପଯୋଗିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।