ବିଧାନସଭା : ୭୫୭ରୁ ୧୩୬ ପିଜିଟିଭ

ବିଧାନସଭା : ୭୫୭ରୁ ୧୩୬ ପିଜିଟିଭ

ବିଧାନସଭା  : ୭୫୭ରୁ ୧୩୬ ପିଜିଟିଭ
ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ଗତକାଲି ପ୍ରଥମ ଦିନରେ ୭୫୭ ଜଣଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩୬ ଜଣ ପଜିଟିଭ ହୋଇଥିବା ନେଇ ସୂଚନା ମିଳିଛି । ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକ କରୋନା ପଜିଟିଭ ହୋଇଛନ୍ତି । ବିଧାନସଭା ପୂର୍ବରୁ ତିନି ଦିନ ଧରି କରୋନା ପରୀକ୍ଷା କରାଯିବ । ଆଜି ମଧ୍ୟ ଅନେକଙ୍କର ଟେଷ୍ଟ କରାଯାଇଛି । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିଥିବ ସେମାନଙ୍କୁ ହିଁ ବିଧାନସଭାକୁ ଯିବାପାଇଁ ଅନୁମତି ମିଳିବ । ଅନେକ ବିଧାନସଭା କର୍ମଚାରୀ ପଜିଟିଭ ଆସିଥିବା କୁହାଯାଉଛି । ଅପରପକ୍ଷରେ ବିଧାନସଭାକୁ ସାନିଟାଇଜ କରାଯାଉଥିବାବେଳେ ବିଧାନସଭାର ରୂପରେଖ ବି ବଦଳିଯାଇଛି । ବିଧାୟକମାନଙ୍କ ସମ୍ମୁଖରେ ସଂସଦ ଭଳି କାଚ ଲାଗିଥିବାବେଳେ ୪ ଫୁଟ ଦୂରତା ରଖାଯାଇଛି ।