୨୮ରୁ ‘ରେଡିଓ ପାଠଶାଳା’, ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୧୫ ମିନିଟ୍

୨୮ରୁ ‘ରେଡିଓ ପାଠଶାଳା’, ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୧୫ ମିନିଟ୍

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ରେଡିଓ ମାଧ୍ୟମରେ ଶିକ୍ଷା ଦିଆଯିବ । ସପ୍ତାହରେ ୫ ଦିନ ଏବଂ ପ୍ରତିଦିନ ୧୫ ମିନିଟ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୮ ତାରିଖରୁ ରେଡିଓ ପାଠଶାଳା’ ଆରମ୍ଭ ହେବାକୁ ଯାଉଛି । କେଉଁ ଦିନ କେଉଁ ଶ୍ରେଣୀର ପିଲାଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ, ସେ ନେଇ ବି ଯୋଜନା ପ୍ରସ୍ତୁତ ସରିଛି । ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୦ଟା ୧୫ ପର୍ଯ୍ୟନ୍ତ ରେଡିଓରେ ପାଠପଢ଼ା ଚାଲିବ । ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପୂର୍ବାହ୍ନ ୧୦ଟାରୁ ୧୦ଟା ୫ମିନିଟ ପର୍ଯ୍ୟନ୍ତ ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବାକୁ ଥିବା ବେଳେ ୧୦ ଟା ୫ ରୁ ୧୦୧୫ ପର୍ଯ୍ୟନ୍ତ ଆଉ ଗୋଟିଏ ଶ୍ରେଣୀର ପିଲାଙ୍କୁ ପଢ଼ାଯିବ । ୧୦ଟା ରୁ ୧୦ଟା ୫ ମିନିଟ ପର୍ଯ୍ୟନ୍ତ ସୋମବାର ଦି ପ୍ରଥମ ଶ୍ରେଣୀ, ମଙ୍ଗଳବାର ଦ୍ୱିତୀୟ, ବୁଧବାର ତୃତୀୟ, ଗୁରୁବାର ଚତୁର୍ଥ ଓ ଶୁକ୍ରବାର ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଯିବ । ସେହିପରି ୧୦ଟା ୦୫ ରୁ ୧୦ଟା ୧୫ ମଧ୍ୟରେ ସୋମବାର ପଞ୍ଚମ ଶ୍ରେଣୀ, ମଙ୍ଗଳବାର ଷଷ୍ଠ ଶ୍ରେଣୀ, ବୁଧବାର ସପ୍ତମ ଶ୍ରେଣୀ, ଗୁରୁବାର ୮ମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସ ହେବ । ଶୁକ୍ରବାର ୧୦ଟା ୦୫ରୁ ୧୦ଟା ୧୦ ମଧ୍ୟରେ ୭ମ ଶ୍ରେଣୀ ଓ ୧୦ଟା ୧୦ ରୁ ୧୦ଟା ୧୫ ମଧ୍ୟରେ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ । ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏକ ସମୟରେ ଏହା ପ୍ରସାରିତ ହେବ । ପ୍ରସାରିତ ପାଠ୍ୟକ୍ରମ ଦୀକ୍ଷା ଆପରେ ମଧ୍ୟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପାଠ୍ୟ ବିଷୟ ଶୁଣିବା ପରେ ଯୁଗ୍ମ ନିଦେ୍ର୍ଧଶକ, ଏମଆଇଏସ, ଶିକ୍ଷା ସୌଧ, ଭୁବନେଶ୍ୱରଙ୍କୁ ହୟସମଗ୍ଧ.କ୍ଟଗ୍ଦରକ୍ଟ୍ରବଅଶଜ୍ଞବସକ୍ଷ.ମକ୍ଟଜ୍ଞ ମାଧ୍ୟମରେ ମତାମତ ଦେଇପାରିବେ । ଏହି କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚୁ୍ୟଟ, କଟକଠାରେ ପାଠ୍ୟ ବିଷୟ ପ୍ରସ୍ତୁତ କରାଯାଉଛି । ଉଭୟ ଟିଭି ଓ ରେଡିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ଆଗ୍ରହୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ସୁପାରିସ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାର (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ମାନଙ୍କୁ ପରାମର୍ଶ ଦିଆଯାଇଛି । ରେଡିଓ ପାଠପଢ଼ା ସମ୍ପର୍କରେ ଯେପରି ପିଲାମାନେ ଓ ଅଭିଭାବକ ଜାଣିପାରିବେ ସେ ଦିଗରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସିଆରସିସିମାନେ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦିଆଯାଇଛି ।