ଭାରତ ଆଉ ଆମେରିକା ଉପରେ ନର୍ଭର କରୁନାନିଁ
ଭାରତ ଆଉ ଆମେରିକା ଉପରେ ନର୍ଭର କରୁନାନିଁ
ଓ୍ବାସିଂଟନ : ଆମେରିକା ଭାରତକୁ ନିଜର ଗୁରୁତ୍ବପୂର୍ଣ୍ଣ ସାମରିକ ସହଯୋଗୀ ବୋଲି ଯେତେ କହିଲେ ବି ନୂଆଦିଲ୍ଲୀ ତାହାକୁ ବିଶ୍ବାସ କରିପାରୁନାହିଁ ଓ ରୁଷକୁ ତ୍ୟାଗ କରିପାରୁ ନାହିଁ । କାରଣ ଆମେରିକା ଏବେ ବି ନିଜର ପାକିସ୍ତାନ ପ୍ରେମ ଛାଡ଼ୁନାହିଁ ।ପାକିସ୍ତାନ ଆତଙ୍କବାଦର କେନ୍ଦ୍ର ବୋଲି କହିଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ଲାମାବାଦକୁ ଆର୍ଥିକ ଓ ସାମରିକ ସହାୟତା ବନ୍ଦ କରିଥିବାବେଳେ ତାହାକୁ ପୁଣି ଆରମ୍ଭ କରିଦେଇଛନ୍ତି ଜୋ ବାଇଡେନ ସରକାର ।ନିକଟରେ ବାଇଡେନ ପ୍ରଶାସନ ପକ୍ଷରୁ ପାକିସ୍ତାନକୁ ୪୫୦ ନିୟୁତ ଡଲାରର ସାମରିକ ସଂରଞ୍ଜାମ ବିକ୍ରିକୁ ମଂଜୁରୀ ଦିଆଯାଇଛି । ଏହା ମାଧ୍ୟମରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ । ଏହି ସହାୟତା ମାଧ୍ୟମରେ ପାକିସ୍ତାନି ନିଜର ଏଫ-୧୬ ଲଢୁଆ ବିମାନଗୁଡ଼ିକୁ ବର୍ତ୍ତମାନ ଓ ଭବିଷ୍ୟତର ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ପ୍ରସ୍ତୁତ କରିପାରିବ ବୋଲି ବାଇଡେନ ପ୍ରଶାସନ କହିଛି ।
ସୂଚନାଯୋଗ୍ୟ ଯେ, ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ଆମେରିକା ଏହି ଲଢୁଆ ବିମାନଗୁଡ଼ିକୁ ପାକିସ୍ତାନକୁ ଯୋଗାଇ ଦେଇଛି ବୋଲି କହୁଥିବାବେଳେ ପ୍ରକୃତରେ ପାକିସ୍ତାନ ଏଗୁଡ଼ିକୁ ନିଜର ଶତ୍ରୁ ଭାରତ ବିପକ୍ଷରେ ବ୍ୟବହାର କରିବାକୁ ପ୍ରସ୍ତୁତ ରଖିଛି । ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଭାରତ ବିରୋଧରେ ଏଫ-୧୬ ବିମାନକୁ ବ୍ୟବହାର କରିଥିଲା । ଏଣୁ ଏହି କାରଣରୁ ଆମେରିକା ଉପରେ ଭରସା କରିପାରୁନାହିଁ ଭାରତ ।ପୂର୍ବତନ ଭାରତୀୟ କୂଟନୀତିଜ୍ଞ ଜେ.ପାର୍ଥସାରଥୀ କହିଛନ୍ତି ଯେ କେବଳ ଭାରତର ଅତ୍ୟାଧୁନିକ ରାଫେଲ ବିମାନକୁ ତାଳ ଦେବାକୁ ଆମେରିକା ପାକିସ୍ତାନକୁ ଏହି ସହାୟତା କରିଛି ।




admin 