ମନୋଜ ଜେନା ହତ୍ୟା ଘଟଣାର ଆଉ ୫ଅଭିଯୁକ୍ତ ଗିରଫ

ମନୋଜ ଜେନା ହତ୍ୟା ଘଟଣାର ଆଉ ୫ଅଭିଯୁକ୍ତ ଗିରଫ

ମନୋଜ ଜେନା ହତ୍ୟା ଘଟଣାର ଆଉ ୫ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : କଂଗ୍ରେସ ନେତା ମନୋଜ ଜେନା ହତ୍ୟା ଘଟଣାରେ ଆଉ ୫ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁଲିସ୍। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲୁଗାଁ ଷ୍ଟେସନରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ବାଇକ୍, ୨ଟି ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ପୁଲିସ ଜବତ କରିଛି। ୫ ଜଣ ଅଭିଯୁକ୍ତ ହେଲେ ଆସିକା ଅଞ୍ଚଳର ଆନନ୍ଦ ସ୍ୱାଇଁ, ଶଙ୍କର ରାଉତ, ଶିବରାମ ବେହେରା, କାର୍ତିକ ନାହାକ ଓ ସୁନୀଲ କୁମାର ନାହାକ । ଏହି ଘଟଣାରେ ପୁଲିସ ପୂର୍ବରୁ ଆସିକାର ହୃଷୀ ପାତ୍ର ଓ ଗଣେଷ ନାୟକଙ୍କୁ ଏନକାଉଣ୍ଟର କରିସାରିଛି । ଭଗବାନ ସାହୁ ନାମକ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ।