ମହାରାଷ୍ଟ୍ର-ହରିଆନାରେ ପୁଣି ବିଜେପି

ମହାରାଷ୍ଟ୍ର-ହରିଆନାରେ ପୁଣି ବିଜେପି

ମହାରାଷ୍ଟ୍ର-ହରିଆନାରେ ପୁଣି ବିଜେପି
ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ପୁଣି ସରକାର ଗଢ଼ିବ । ହରିଆନାରେ ପୁଣି ଫେରିବ ପଦ୍ମ । ଅଧିକାଂଶ ଏକଜିଟ ପୋଲ (ବୁଥ୍ ବାହୁଡ଼ା) ରିପୋର୍ଟରୁ ଏହି ଚିତ୍ର ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ କଂଗ୍ରେସକୁ ଏଥର ପୁଣି ନିରାଶ ହେବାକୁ ପଡ଼ିଛି । ଭୋଟରଙ୍କୁ ମନାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିବା କଂଗ୍ରେସ ଏନସିପି ମେଣ୍ଟ ବିଫଳତାର ସାମ୍ନା କରିବ ବୋଲି ରିପୋର୍ଟ ଦର୍ଶାଉଛି ।ଆସନ୍ତା ୨୪ ତାରିଖରେ ଭୋଟ ଗଣତି ହେବ । ମହାରାଷ୍ଟ୍ର ଓ ହରିଆନାର ଯଥାକ୍ରମେ ୨୮୮ ଓ ୯୦ ବିଧାନସଭା ଆସନରେ ସୋମବାର ମତଦାନ ଶେଷ ହେବା ପରେ ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ହାରାହାରି ୨୦୦ ରୁ ଅଧିକ ଆସନ ମିଳିବ ବୋଲି ଅଧିକାଂଶ ଏକଜିଟ୍ ପୋଲରେ ଆକଳନ କରାଯାଇଛି । ରାଜ୍ୟରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ଅଙ୍କ ୧୪୫ ରହିଥିବା ବେଳେ ବିଜେପି-ଶିବସେନା ମେଣ୍ଟ ଏହାକୁ ପାର କରିଯିବେ ବୋଲି ରିପୋର୍ଟ ଦର୍ଶାଇଛି ।