ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ଆଜି ମିଳିବ ଆର୍ଡମିଟ୍‌ କାର୍ଡ

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ଆଜି ମିଳିବ ଆର୍ଡମିଟ୍‌ କାର୍ଡ

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ଆଜି ମିଳିବ ଆର୍ଡମିଟ୍‌ କାର୍ଡ
କଟକ : ଆସନ୍ତା ୮ ତାରିଖରୁ ଆରମ୍ଭ ହେଉଛି ମାଟି୍ରକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହି ପରୀକ୍ଷା ଜୁଲାଇ ୧୪ ତାରିଖରେ ସରିବ । ପରୀକ୍ଷାର୍ଥୀଙ୍କ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବସାଇଟରେ ଆସନ୍ତାକାଲିଠାରୁ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ଆସନ୍ତାକାଲି ଠାରୁ ମଧ୍ୟ ଛାତ୍ରଛାତ୍ରୀମାନେ ଏହାକୁ ଡାଉନଲୋଡ କରିପାରିବେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟ ମୁକ୍ତ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଏସଓଏସସି) ଆସନ୍ତା ୮ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଶେଷ ହେବ । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୩ ତାରିଖରେ ଆଡମିଟକାର୍ଡ ବୋର୍ଡ ୱେବସାଇଟରୁ ଡାଉନଲୋଡ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ, ମାଟି୍ରକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଚଳିତ ବର୍ଷ ୨୭ ହଜାର ୬୧୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ଏସଓଏସ୍ସି ପରୀକ୍ଷା ପାଇଁ ୯ ହଜାର ୩୩ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ସାରା ରାଜ୍ୟରେ ମୋଟ ୧୧୨ଟି କେନ୍ଦ୍ର କରାଯାଉଥିବା ବେଳେ ଏସଓଏସ୍ସି ପାଇଁ ୫୫ଟି କେନ୍ଦ୍ର କରାଯାଇଛି । ତେବେ କାହାର କେଉଁ କେନ୍ଦ୍ରରେ ପରୀକ୍ଷା ହେବ ସେ ବିଷୟରେ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ www.bseodisha.ac.in ନିଜର ରୋଲ ନମ୍ବର ଦେଇ ସୂଚନା ପାଇପାରିବେ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ।